fbpx

ମହିଳାଙ୍କ ତୁଳନାରେ ଅଧିକ ଆତ୍ମହତ୍ୟା କରୁଛନ୍ତି ପୁରୁଷ; ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ଛାତ୍ର ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ, ଦେଶରେ ଛାତ୍ର ଆତ୍ମହତ୍ୟା ହାର ସାମଗ୍ରିକ ଆତ୍ମହତ୍ୟା ହାର ତୁଳନାରେ ଅଧିକ। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟକୁ ଆଧାର କରି ବାର୍ଷିକ ଆଇସି ୩ ସମ୍ମିଳନୀ ଓ ଏକ୍ସପୋ ୨୦୨୪ରେ ବୁଧବାର (ଅଗଷ୍ଟ ୨୮) ‘ଷ୍ଟୁଡେଣ୍ଟ ସୁଇସାଇଡ୍ ଭାରତରେ ବ୍ୟାପୁଛି ମହାମାରୀ’ର ରିପୋର୍ଟ ଉନ୍ମୋଚନ କରାଯାଇଛି।

ଏହି ରିପୋର୍ଟ ଅନୁଯାୟୀ, ଦେଶରେ ସମୁଦାୟ ଆତ୍ମହତ୍ୟା ସଂଖ୍ୟା ବାର୍ଷିକ ୨ ପ୍ରତିଶତ ବୃଦ୍ଧି ପାଇଛି। ଛାତ୍ର ଆତ୍ମହତ୍ୟା ମାମଲାର ‘କମ୍ ରିପୋର୍ଟିଂ’ ସତ୍ତ୍ୱେ ଏହି ମାମଲାଗୁଡ଼ିକରେ ୪ ପ୍ରତିଶତ ବୃଦ୍ଧି ଘଟିଛି। ଏହି ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦଶନ୍ଧି ମଧ୍ୟରେ ଛାତ୍ରୀଙ୍କ ଆତ୍ମହତ୍ୟା ବାର୍ଷିକ ୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହା କି ଜାତୀୟ ହାରାହାରି ଠାରୁ ଦୁଇଗୁଣ। ସବୁଠୁ ବଡ଼ କଥା ହେଉଛି ଏଥିରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ସଂଖ୍ୟା ଅଧିକ।

୨୦୨୨ରେ ମୋଟ ଛାତ୍ର ଆତ୍ମହତ୍ୟାର ୫୩ ପ୍ରତିଶତ ବାଳକ ଥିଲେ। ୨୦୨୧ରୁ ୨୦୨୨ ମଧ୍ୟରେ ଏହା ୬ ପ୍ରତିଶତ ହ୍ରାସ ପାଇଛି। ସେହିପରି ଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ମାମଲା ୭ ପ୍ରତିଶତ ହାରରେ ବୃଦ୍ଧି ପାଇଛି। ଜନସଂଖ୍ୟା ବୃଦ୍ଧି ହାର ଏବଂ ସାମଗ୍ରିକ ଆତ୍ମହତ୍ୟା ଧାରା ତୁଳନାରେ ଛାତ୍ର ଆତ୍ମହତ୍ୟା ଘଟଣା ଅଧିକ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ୦-୨୪ ବର୍ଷ ବୟସର ପିଲାଙ୍କ ସଂଖ୍ୟା ୫୮୨ ନିୟୁତରୁ ୫୮୧ ନିୟୁତକୁ ହ୍ରାସ ପାଇଛି।

Get real time updates directly on you device, subscribe now.