fbpx

(video)ହୃଦୟ ଭରିଦେବ ମଣିଷ ଓ ଶିମ୍ଫାଜୀ ମଧ୍ୟରେ ନିବିଡ ଭଲପାଇବାର ଏହି ଦୃଶ୍ୟ, ମାନବ ସମାଜ ପାଇଁ ରହିଛି ସନ୍ଦେଶ

Advertisement

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ଶିମ୍ଫାଜୀର ଏପରି ଏକ ଭିଡିଓ ଘୁରି ବୁଲୁଛି ଯାହା ଦେଖିଲେ ଆପଣଙ୍କ ହୃଦୟ ଭରିଯିବ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ଶିମ୍ଫାଜୀ ପାଣି ପିଇବା ଲାଗି ଜଣେ ଫଟୋଗ୍ରାଫରଙ୍କ ସହାୟତା ମାଗୁଛି । ଫଟୋଗ୍ରାଫର ଜଣକ ଶିମ୍ଫାଜୀକୁ ପାଣି ପିଆଇବା ପରେ ଶିମ୍ଫାଜୀଟି କୃତଜ୍ଞତା ସ୍ୱରୂପ ତାଙ୍କ ହାତକୁ ଅତି ସ୍ନେହରେ ଧରି ଧୋଇ ଦେଉଛି । ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି ।

ଭିଡିଓର ଆରମ୍ଭରେ ଦେଖିବାକୁ ମିଳୁଛି ଯେ, ଶିମ୍ଫାଜୀ ଫଟୋଗ୍ରାଫରଙ୍କ ହାତ ଧରି ତାଙ୍କୁ ତଳେ ବସାଉଛି । ପରେ ସେ ତାଙ୍କ ହାତକୁ ଧରି ସେହି ହାତରେ ନିଜେ ପାଣି ପିଉଛି । ପାଣି ପିଇ ସାରିବା ପରେ ଶିମ୍ଫାଜୀ ଫଟୋଗ୍ରାଫରଙ୍କ ହାତକୁ ପାଣିରେ ଅତି ସ୍ନେହରେ ଧୋଇ ଦେଉଛି । ଫଟୋଗ୍ରାଫର ଜଣକ ଶିମ୍ଫାଜୀର ଏପରି କାର୍ଯ୍ୟ ଦେଖି ଭାବୁକ ହୋଇଯାଉଛନ୍ତି । ଏହି ଭିଡିଓଟିକୁ ୧.୮ ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ବହୁ ସଂଖ୍ୟାରେ ଲୋକ ଏହି ଭିଡିଓକୁ ସେୟାର କରିବାରେ ଲାଗିଛନ୍ତି ।

ଭିଡିଓ ସେୟାର କରି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ଏହି ଭିଡିଓ ସାରାଂ ଦୁନିଆରେ ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଆଫ୍ରିକା କାମରୁନର ଏହି ଶିମ୍ଫାଜୀ ପାଣି ପିଇବା ଲାଗି ଫଟୋଗ୍ରାଫରଙ୍କ ସହାୟତା ମାଗିଥିଲା । ପାଣି ପିଇ ସାରିବା ପରେ ହାତ ଧୋଇ ଦେଇ ତାଙ୍କ ଋଣ ଶୁଝି ଦେଇଛି ।

Get real time updates directly on you device, subscribe now.