fbpx

ପ୍ରେମ ପାଖରେ ମୂଲ୍ୟହୀନ ପଦ , ପଦବୀ , କ୍ଷମତା ; ଆମେରିକାରେ ରହୁଥିବା ପ୍ରେମିକା ସହ ନିଖୋଜ ଚୀନ୍ ବିଦେଶ ମନ୍ତ୍ରୀ ,ରାଗରେ ଗରଗର ହେଉଛନ୍ତି ଚୀନ୍ ରାଷ୍ଟ୍ରପତି

Advertisement

ନୂଆଦିଲ୍ଲୀ:ପ୍ରେମ ସମସ୍ତଙ୍କ ପାଇଁ ସମାନ । ସିଏ ଧନୀ ହେଉ କି ଗରିବ । ଚୀନ୍ ର ବିଦେଶ ମନ୍ତ୍ରୀ ଏଥିରୁ ବାଦ ପଡିବେ କିପରି । ଏବେ ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଆମେରିକାର ଜଣେ ଟିଭି ଆଙ୍କରଙ୍କ ପ୍ରେମରେ ପଡି କେଉଁଆଡେ ନିିଖୋଜ ହୋଇ ଯାଇଛନ୍ତି । ଚୀନ୍ ର ବିଦେଶ ମନ୍ତ୍ରୀ କିନ୍ ଗାଙ୍ଗ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କର ବହୁତ ନିକଟତମ ବୋଲି କୁହାଯାଏ । ତେବେ ଚୀନର ବିଦେଶ ମନ୍ତ୍ରଣାଳୟ କିନ୍ ଗାଙ୍ଗଙ୍କର ନିଖୋଜ ହେବାକୁ ନେଇ କୌଣସି ଟିପ୍ପଣୀ କରିବାକୁ ମନା କରି ଦେଇଛି । କିନ ଗାଙ୍ଗ କେଉଁଠି ଅଛନ୍ତି ସେ ବିଷୟରେ ବିଦେଶ ମନ୍ତ୍ରଣାଳୟ ପାଖରେ କୌଣସି ସୂଚନା ନାହିଁ ବୋଲି କୁହାଯାଉଛି ।

ତେବେ ଜୁନ୍ ୨୫ ପରଠାରୁ କିନ ଗାଙ୍ଗଙ୍କୁ ସାର୍ବଜନିକ ସ୍ଥଳରେ ଦେଖିବାକୁ ମିଳିନାହିଁ । ତେଣୁ ଏହାକୁ ନେଇ ଚୀନ୍ ରେ ଏବେ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ, ବିଦେଶ ମନ୍ତ୍ରୀ ଗଲେ କୁଆଡେ । ତେବେ ବିଶେଷ ସୂତ୍ରରୁ ଜଣାପଡିଛି କିନ ଗାଙ୍ଗଙ୍କ ଏହି ନିଖୋଜ ମାମଲା ପ୍ରେମ ଜନିତ ଅଟେ । ଏହି ପ୍ରେମ ପୁଣି ସାତ ସମୁଦ୍ର ପାର ଆମେରିକାରେ ରହୁଥିବା ଜଣେ ଟିଭି ଆଙ୍କରଙ୍କ ସହିତ ।
ପ୍ରଥମରୁ କୁହାଯାଉଥିଲା ଯେ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା କାରଣରୁ କିନ ଗାଙ୍ଗ ଏବେ ବିଶ୍ରାମରେ ଅଛନ୍ତି । କିନ୍ତୁ ପରେ ସୋସିଆଲ ମିଡିଆରେ ଯେଉଁସବୁ ଖବର ଘୁରି ବୁଲିଲା ତାହା ଚୀନ୍ ରାଷ୍ଟ୍ରପତିଙ୍କ ସହ ଚୀନ୍ ଜନତାଙ୍କ ମୁଣ୍ଡ ଖରାପ କରି ଦେଇଛି ।

ଚୀନ୍ ର ସୋସିଆଲ ମିଡିଆରେ ବିଦେଶ ମନ୍ତ୍ରୀ କିନ ଗାଙ୍ଗଙ୍କର ଆମେରିକାରେ ରହୁଥିବା ଚୀନ୍ ବଂଶୋଦ୍ଭବ ନ୍ୟୁଜ ଆଙ୍କରଙ୍କ ସହିତ ପ୍ରେମ ସମ୍ବନ୍ଧ ରହିଥିବା ନେଇ ଖବର ଘୁରି ବୁଲୁଛିି । ଉଭୟ ଚୀନ୍ ବିଦେଶ ମନ୍ତ୍ରୀ ଓ ତାଙ୍କ ପ୍ରେମିକାଙ୍କର ପତ୍ତା ମିଳୁନାହିଁ । ଚୀନ୍ ରେ ଜନ୍ମ ଗ୍ରହଣ କରିଥିବା ଓ କେମ୍ବ୍ରିଜରେ ପଢିଥିବା ଟିଭି ଆଙ୍କର ଫୁ ଜିଆଓସିଅନ ଗତ ବର୍ଷ ନଭେମ୍ବରରେ ମା’ ହୋଇଛନ୍ତି । କିନ ଗାଙ୍ଗଙ୍କ ବୟସ ୫୭ ବର୍ଷ ଓ ସେ ପୂର୍ବରୁ ଚୀନର ରାଜଦୂତ ରହିସାରିଛନ୍ତି । ୨୫ ଜୁନ୍ରେ କିନ ଗାଙ୍ଗ ଇଣ୍ଡୋନେସିଆରେ ଆୟୋଜିତ ଏସୀୟ ଦେଶର ବିଦେଶ ମନ୍ତ୍ରୀ ବୈଠକରେ ଯୋଗ ଦେବାର ଥିଲା କିନ୍ତୁ ସେ ଆସି ନ ଥିଲେ । ଏହା ପରଠାରୁ ସେ ସାର୍ବଜନିକ ସ୍ତରରେ ନଜର ଆସିନାହାନ୍ତି । ତେଣୁ ଏବେ ଚର୍ଚ୍ଚା ଉଠୁଛି କିନ ଗାଙ୍ଗଙ୍କ ପ୍ରେମ କାରଣରୁ କ’ଣ ତାଙ୍କର ସଂପର୍କ ଜିନପିଙ୍ଗଙ୍କ ସହ ବିଗିଡି ଯାଇଛି ।

ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କିନ ଗାଙ୍ଗ ଆମେରିକାରେ ଚୀନର ରାଜଦୂତ ଥିବା ସମୟରୁ ସଂପୃକ୍ତ ଟିଭି ଆଙ୍କର ଫୁ ଜିଆଓସିଅନଙ୍କୁ ଜାଣନ୍ତି । କିନ୍ତୁ ଗତ ବର୍ଷ ଫୁ ମା’ ହୋଇଥିଲେ ମଧ୍ୟ ଶିଶୁର ପିତାଙ୍କ ବିଷୟରେ କୌଣସି ଖୁଲାସା କରିନାହାନ୍ତି । କିନ୍ତୁ ସେ କେବଳ ଏତିକି କହିଥିଲେ ତାଙ୍କ ପିଲାର ପିତା ଚୀନ୍ ବଂଶୋଦ୍ଭବ ଅଟନ୍ତି । ଏବେ ଆହୁରି କୁହାଯାଉଛି ଯେ, କିନ ଗାଙ୍ଗଙ୍କ ପ୍ରେମ ବ୍ୟାପାର ଜଣାପଡିବା ପରେ ଚୀନ୍ ରାଷ୍ଟ୍ରପତି ଶି ଜିନପିଙ୍ଗ ତାଙ୍କୁ ପଦରୁ ହଟାଇ ଦେଇଛନ୍ତି । କିନ ଗାଙ୍ଗ ମାତ୍ର ୭ ମାସ ତଳେ ହିଁ ଚୀନର ବିଦେଶ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.