ତାଣ୍ଡବ ରଚିଲା ‘ୱିଫା’, ଉଡ଼ିଗଲେ ଲୋକ… ୧୬୭ କିଲୋମିଟର ବେଗରେ ବହିଲା ପବନ
ୱିଫା ତାଣ୍ଡବର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନୂଆଦିଲ୍ଲୀ: ଚୀନର ହଙ୍ଗକଙ୍ଗରେ ଝଡ଼ବର୍ଷା ତାଣ୍ଡବ କରିଛି। ‘ୱିଫା’ ପବନରେ ଅନେକ ଲୋକ ଉଡ଼ି ଯାଇଥିବା ଖବର ମିଳିଛି । ୱିଫା ତାଣ୍ଡବର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପବନର ବେଗ ୧୬୭ କିଲୋମିଟର ପ୍ରତି ଘଣ୍ଟାରେ ଥିଲା। ପବନ ଝଡ଼ ପରେ ଲଗାଣ ବର୍ଷା ଲୋକଙ୍କୁ ଭୟଭୀତ କରିଛି।
ପବନ ବର୍ଷା ପାଇଁ ୪୦୦ ବିମାନ ଏବଂ ସାଧାରଣ ପରିବହନ ବାଧାପ୍ରାପ୍ତ ହୋଇଛି। ଏହା ବ୍ୟକ୍ତିତ ଶହ ଶହ ଗଛ ଉପୁଡ଼ି ପଡ଼ିଛି । ପବନର ଝଡ଼ ସହ ମୁସଳଧାର ବର୍ଷା ସହରର ଜନଜୀବନକୁ ଠପ କରିଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଅନେକ କାର୍ଯ୍ୟକ୍ରମକୁ ମଧ୍ୟ ରଦ୍ଦ କରାଯାଇଛି। ମେଟ୍ରୋ, ରେଳ, ବିମାନ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଆଗାମୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଏହି ସେବା ସବୁ ବନ୍ଦ ରହିବ।
20.07.2025#China#TyphoonWifa hits #HongKong, leaving behind fallen trees and scaffolding, flooding, and forcing more than 200 people to seek shelter. More than 110 mm of rain fell in three hours, and wind gusts exceeded 167 km/h. There are casualties.@Reuters pic.twitter.com/tBztp6jQo7
— Climate Review (@ClimateRe50366) July 20, 2025
ଝଡ଼ ସମୟରେ ଗଛ ପଡ଼ିବା ଯୋଗୁଁ ୪୫୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୫୦ ରୁ ଅଧିକ ଲୋକ ସାର୍ବଜନୀନ ସ୍ଥାନରେ ଆଶ୍ରୟ ନେଇଛନ୍ତି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି, ସରକାର ସମସ୍ତ ସ୍ଥାନୀୟ ମନୋରଞ୍ଜନ ସ୍ଥାନଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଝଡ଼ ୱିଫା ଯୋଗୁଁ ପ୍ରାୟ ୪୩ ହଜାର ଲୋକ ଘର ଛାଡି ଆଶ୍ରୟ ସ୍ଥଳରେ ରହୁଛନ୍ତି। ଏହି ଝଡ଼ ଫିଲିପାଇନ୍ସ ଏବଂ ତାଇୱାନରେ ପ୍ରବଳ ଧ୍ୱଂସ ଘଟାଇଛି। ଝଡ଼ ଯୋଗୁଁ ୪୦୦ ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି, କିନ୍ତୁ ଏହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।