fbpx

ରାଜଧାନୀରେ ପୂର୍ଣ୍ଣ କ୍ଷମତା ସହ ଖୋଲିବ ସିନେମା ହଲ୍, ଥିଏଟର୍ ଓ ମଲ୍ଟିପ୍ଲେକ୍ସ

ନୂଆଦିଲ୍ଲୀ: ଦିଲ୍ଲୀରେ ଅବଶ୍ୟ ଛଠ୍ ପୂଜା ପାଇଁ ଅନୁମତି ଦିଆଯାଇଛି, କିନ୍ତୁ ଚଳିତ ଥର ଯମୁନା କୂଳରେ ଏହା ଆୟୋଜନ ହେବ ନାହିଁ । ଏହା ବଦଳରେ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଜାଗା ଚିହ୍ନଟ କରି ଏମସିଡି, ଡିଡିଏ ସମେତ ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକ ସହାୟତାରେ ପୂଜା ଘାଟ ତିଆରି କରାଯିବ । ଏହି ଘାଟ ମାନଙ୍କରେ ଛଠ୍ ପୂଜା ଆୟୋଜନ କରାଯିବ । ତେବେ ଅନ୍ୟପଟେ ୧୦୦ ପ୍ରତିଶତ କ୍ଷମତା ସହିତ ସିନେମା ହଲ୍, ଥିଏଟର୍ ଏବଂ ମଲ୍ଟିପ୍ଲେକ୍ସ ଖୋଲିବ ।

ବିବାହ ଏବଂ ଅନ୍ତିମ ସଂସ୍କାରରେ ୨୦୦ ଜଣଙ୍କୁ ଅନୁମତି ଦିଆଯିବ । ଦିଲ୍ଲୀ ସରକାରଙ୍କ ଦ୍ୱାରା ନିର୍ମିତ ଘାଟରେ ଛଠ୍ ପୂଜା ଆୟୋଜିତ ହେବ ଏବଂ ବିଦ୍ୟାଳୟ ଖୋଲା ରହିବ। ଏହି ପ୍ରସଙ୍ଗରେ ଦିଲ୍ଲୀ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଏକ ନିର୍ଦ୍ଦେଶ ଜାରି କରିଛି। ଏଥି ସହିତ ଶିକ୍ଷା ବିଭାଗ ମଧ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ AOP ପ୍ରସ୍ତୁତ କରିଛି। ନଭେମ୍ବର ୩୧ ମଧ୍ୟରାତ୍ରିରୁ DDMA ର ଆଦେଶ ଲାଗୁ କରାଯିବ ।

ତେବେ ନଭେମ୍ବର ୧ ତାରିଖରେ ହଲ୍, ଥିଏଟର୍, ସିନେମା ହଲ୍, ମଲ୍ଟିପ୍ଲେକ୍ସ ଆଦି ପୂରା କ୍ଷମତା ସହିତ ଖୋଲିପାରେ । ଏଥିପାଇଁ ସିନେମା ହଲ୍ ମାଲିକ ମାନଙ୍କୁ କରୋନା ଗାଇଡଲାଇନ୍ ପାଳନ କରାଯାଉଥିବା ନେଇ ନିଶ୍ଚିତ କରିବାକୁ ପଡ଼ିବ । କରୋନା ସମ୍ପର୍କିତ ଜାରି ହୋଇଥିବା ଏସଓପି ପାଳନ କରିବାକୁ ହେବ ।

 

Get real time updates directly on you device, subscribe now.