fbpx

ରାଜ୍ୟ ସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍

ନୂଆଦିଲ୍ଲୀ, ୧୧ା୧୨: ରାଜ୍ୟ ସଭାରେ ଆଗତ ହୋଇଛି ନାଗରିକତା ସଂଶୋଧନ ବିଲ୍ । ରାଜ୍ୟସଭାରେ ବିଲ୍ ଉପରେ ଆଲୋଚନା ପାଇଁ ୬ଘଣ୍ଟାର ସମୟ ଦିଆଯାଇଥିବା ସୂଚନା ରହିଛି । ବିଲକୁ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରେ ସଂଖ୍ୟାଲଘୁ କମିଛି । ଧର୍ମ ନାମରେ ପ୍ରତାରିତ ଲୋକଙ୍କ ପାଇଁ ଏହି ବିଲ୍ ବୋଲି ଶାହା କହିଛନ୍ତି । ବିଲ୍ ଉପରେ ସେ ମତ ରଖି କହିଛନ୍ତି ନାଗରିକତା ବିଲ୍ ପାସ୍ ପାଇଁ ପ୍ରତିଶୃତିବଦ୍ଧ । ବିଲ୍ ଯୋଗୁଁ ଯନ୍ତ୍ରଣାରୁ ମୁକ୍ତି ମିଳିବ । ନିର୍ବାଚନ ପୂର୍ବରୁ ରଖିଥିବା ସର୍ତ୍ତକୁ ପାଳନ କରିବୁ । ବିଲ୍ ଯୋଗୁଁ ଶରଣାର୍ଥୀଙ୍କୁ ସୁବିଧା ମିଳିବ । ପୂର୍ବାଞ୍ଚଳ ରାଜ୍ୟର ଲୋକଙ୍କୁ ସାମାଜିକ ସୁରକ୍ଷା ଦେବାକୁ ପ୍ରତିଶୃତିବଦ୍ଧ । ପୂର୍ବାଞ୍ଚଳ ରାଜ୍ୟ ଆଦୌ ଚିନ୍ତା କରିବାର ନାହିଁ ବୋଲି ଶାହା କହିଛନ୍ତି । ତିନି ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କୁ ନାଗରିକତା ମିଳିବ । ଏହା ମୁସଲିମ ସମ୍ପ୍ରଦାୟ ବିରୋଧରେ ବିଲ୍ ନୁହେଁ । ମୁସଲିମ ଦେଶର ନାଗରିକ ଥିଲେ, ଅଛନ୍ତି ଆଉ ରହିବେ । ବିଲକୁ ନେଇ ଦେଶର ମୁସଲିମମାନେ ଚିନ୍ତା କରିବାର ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ସେପଟେ ବିଲକୁ ବିରୋଧ କରିଛି ଟିଏମସି । ଉଲ୍ଲେଖଯୋଗ୍ୟ ଯେ ଏହାପୂର୍ବରୁ ଲୋକସଭାରେ ବହୁମତରେ ପାରିତ ହୋଇଥିଲା ନାଗରିକତା ସଂଶୋଧନ ବିଲ୍ ।

Get real time updates directly on you device, subscribe now.