fbpx

ବାତ୍ୟା ‘ଗୁଲାବ’କୁ ନେଇ ନବୀନଙ୍କ ସହ ମୋଦୀଙ୍କ ଆଲୋଚନା

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ନବୀନଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ବାତ୍ୟା ସମୟରେ ସବୁ ପ୍ରକାରର ସହାୟତା ଯୋଗଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତଙ୍କ ନିରାପତ୍ତା ଓ ସୁରକ୍ଷା କାମନା କରିଛନ୍ତି ମୋଦୀ ।

ସୂଚନା ଅନୁସାରେ, ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ’ । ଅପରାହ୍ନ ୪ଟା ସୁଦ୍ଧା ଗୋପାଳପୁର ଠାରୁ ୧୦୦ କିମି ଦୂରରେ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ୍ ଠାରୁ ଆଉ ୧୦୫ କିମି ଦୂରରେ ରହିଛି ସାମୁଦ୍ରିକ ଝଡ଼ । ବିଗତ ୩ ଘଣ୍ଟାରେ ବେଗ ରହିଛି ଘଣ୍ଟା ପ୍ରତି ୨୪ କିମି । ସନ୍ଧ୍ୟା ପରଠାରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ ।

ଶ୍ରୀକାକୁଲମରେ ଲ୍ୟାଣ୍ଡଫଲ ହେବ । ଗଜପତି, ରାୟଗଡା, ମାଲକାନାଗିରି ଜିଲ୍ଲା ଦେଇ ଅତିକ୍ରମ କରିବ । ୮୫ରୁ ୯୫ କିମି ବେଗରେ ପବନ ବୋହିବ ଓଡିଶାରେ । ଧୀରେ ଧୀରେ ପବନର ବେଗ କମିବ । ପରେ ୬୦ରୁ ୭୦ କିମି ବେଗରେ ଗଂଜାମ ଗଜପତିରେ ପବନ ହେବାର ସମ୍ଭାବନା । କୋରାପୁଟ, ରାୟଗଡା, ଗଜପତିରେ ପ୍ରଭାବ ରହିବ ଆସନ୍ତା କାଲି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

 

Get real time updates directly on you device, subscribe now.