fbpx

କରୋନାରେ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜଣଙ୍କୁ ମିଳିବ ୫ ହଜାର

ନୂଆଦିଲ୍ଲୀ, ୨୭ା୪: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । କରୋନା ପାଇଁ ବହୁ ଗରିବ ଲୋକ ନିଜର ଜୀବିକା ହରାଇଛନ୍ତି । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଏନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି । କେଜରିୱାଲ ନିର୍ମାଣ ଶ୍ରମିକ, ମଜଦୁର ଓ ପ୍ରବାସୀଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ଦିଲ୍ଲୀରେ ଲକଡାଉନ ଲାଗୁ ହେବା ପରେ ଏହି ଶ୍ରେଣୀର ଲୋକମାନେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । ତେଣୁ ଶ୍ରମିକମାନଙ୍କୁ ୫ ଟଙ୍କା ଲେଖାଏଁ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ଏଥିପାଇଁ ସରକାରୀ ରାଜକୋଷରୁ ଦ୍ୱିତୀୟ କିସ୍ତିରେ ୪୬.୧ କୋଟି ଟଙ୍କା ଖର୍ଚ୍ଚ ହେବ । ମୋଟ ୨ ଲକ୍ଷ ୧୦ ହଜାର ୬୮୪ ଜଣ ନିର୍ମାଣ ଶ୍ରମିକ ଏହାଦ୍ୱାରା ଉପକୃତ ହେବେ ।

ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ଶ୍ରମିକଙ୍କ ଖାତାକୁ ୧୦୦ କୋଟି ଟଙ୍କା ପଠାଯାଇଛି । ଆଗାମୀ ଦିନରେ ଆଉ ୧୧ ହଜାର ଶ୍ରମିକଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ପ୍ରବାସୀଙ୍କୁ ସହାୟତା ପାଇଁ ଦିଲ୍ଲୀ ସରକାର ଅନେକ ସ୍କୁଲ ଓ କନଷ୍ଟ୍ରକସନ ସାଇଟରେ ୧୫୦ରୁ ଅଧିକ ଖାଦ୍ୟ ବିତରଣ ସେଣ୍ଟର ଖୋଲିଛନ୍ତି । ଗତବର୍ଷ ମଧ୍ୟ ଅନୁରୂପ ଭାବେ ସରକାର ପ୍ରବାସୀ ନିର୍ମାଣ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଥିଲେ । ତେବେ ଦିଲ୍ଲୀରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ, ତେଣୁ ଦିଲ୍ଲୀ ଛାଡ଼ି ନ ଯିବାକୁ କେଜରିୱାଲ ଶ୍ରମିକମାନଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.