fbpx
BSKY
BJD SHG SKY
BJD YOUTH SKY

ପୂର୍ଣ୍ଣ ସହାୟତାପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ, ଅଣଶିକ୍ଷକଙ୍କ MACP-PH.D ପାଇଁ ସରଳ ହେଲା ନିୟମାବଳୀ

ଓଡ଼ିଶା ଭାସ୍କର: ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ବିଭିନ୍ନ ସେବା ସୁବିଧା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ପୂର୍ଣ୍ଣ ସହାୟତା ପାଉଥିବା ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସୁବିଧା ପାଇଁ ଓଡିଶା ସଂଶୋଧିତ ବେତନ ହାର ନିୟମ, ୨୦୧୭ ଅନୁସାରେ ପ୍ରଦାନ କରାଯାଉଥିବା ପରିବର୍ତ୍ତିତ ନିଶ୍ଚିତ କ୍ୟାରିୟର ପ୍ରଗତି ଯୋଜନାକୁ ସରଳ କରାଯାଇଛି। ଯାହାଫଳରେ ୧୦୦% ଅନୁଦାନ ପାଇବା ତାରିଖ ପରିବର୍ତ୍ତେ ପ୍ରଥମ ଅନୁଦାନ ମିଳିବା ଦିନକୁ ଭିତ୍ତି କରି MACP ନିର୍ଣ୍ଣୟ କରାଯିବ।

ସୂଚନା ଥାଉକି, ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷାଦାନ ବୃତ୍ତିରେ ପ୍ରତିଭାବାନ ଅଧ୍ୟାପକ ମାନଙ୍କୁ ଆକର୍ଷିତ କରିବା PH.D ଡିଗ୍ରୀ ହାସଲ ପାଇଁ, ସ୍ଵତନ୍ତ୍ର ପଦକ୍ଷେପ ନିଆଯାଇଛି। ଚାକିରି ସମୟରେ ଅଧ୍ୟାପକମାନଙ୍କୁ PH.Dର ଅତିରିକ୍ତ ଯୋଗ୍ୟତା ହାସଲ କରିବା ପାଇଁ ପ୍ରୋତ୍ସାହନ ସ୍ଵରୂପ କେବଳ ଏଣ୍ଟ୍ରି ଲେବେଲରେ ଆପ୍ରୋପିଏଟ୍‌ ପେ’ ସ୍କେଲରେ ଦୁଇଟି ଅଗ୍ରୀମ ବୃଦ୍ଧି, (କେବଳ ଅଧ୍ୟାପକ ପଦରେ) ପ୍ରଦାନ କରାଯିବ।

Get real time updates directly on you device, subscribe now.