fbpx

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସହାୟତା ଘୋଷଣା

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ଆଜି ଆକାଶ ମାର୍ଗରୁ ବାତ୍ୟା ଅଞ୍ଚଳ ପରିଦର୍ଶନ କରିିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ସହାୟତା ଘୋଷଣା କରିଛନ୍ତି । କ୍ଷତିଗ୍ରସ୍ତ ପରିବାରକୁ ୫୦କେଜି ଚାଉଳ ଓ ୫୦୦ଟଙ୍କା ମିଳିବ । ସେହିପରି ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ମିଳିବ । ଘର ଭାଙ୍ଗିଥିବା ଯୋଗ୍ୟ ପରିବାରକୁ ପଲିଥିନ ସିଟ୍ ଯୋଗାଯିବ । ଏସଡ଼ିଆରଏଫ ନିୟମ ଅନୁଯାୟୀ ଲୁଗାପଟା ଓ ବାସନକୁସନ ଦିଆଯିବ । ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ସହାୟତା ଯୋଗାଇ ଦିଆଯିବ । ଏହାସହ ମାସ୍କ ଓ ସାମାଜିକ ଦୂରତା ନିୟମ ମାନିବାକୁ ନବୀନ ନିବେଦନ କରିଛନ୍ତି ।

Get real time updates directly on you device, subscribe now.