fbpx

ମାଲକାନଗିରି ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୫ତମ ଜନ୍ମ ଦିବସ ପାଳନ।

ମାଲକାନଗିରି ୧୬ ।୧୦(ଓଡିଶା ଭାସ୍କର):ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତାଦଳ,ଓ ଛାତ୍ରଜନତା ଦଳ ପକ୍ଷରୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ୭୫,ତମ ଜନ୍ମ ଦିବସ ପାଳନ କରାଯାଇଛି।  ଏହି ଅବସରରେ ଜିଲ୍ଲା ସଦର ମହକୁମା ସ୍ଥିତ ବାଲିମେଳା ଛକ ଠାରେ ବିଜୁ ଜନତା ଦଳ କର୍ମୀ ମାନେ ନବୀନ ପଟ୍ଟନାୟକଙ୍କ ୭୫ତମ ଜନ୍ମଦିବାସ ଅବସରରେ ଏକ ଶୋଭାଯାତ୍ରା କରିବା ସହ, ସଫେଇ କାର୍ଯ୍ୟକ୍ରମ କରିଥିଲେ । ଏହାସହ କରୋନା ମହାମରୀ ସହ ଲଢେ଼ଇ ନିମନ୍ତେ ଲୋକଙ୍କୁ ସଚେତନ କରାଇବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା । ଏହି ଅବସରରେ ପୂର୍ବତନ ବିଧାୟକ ମୁକୁନ୍ଦ ସୋଡିଙ୍କ ନେତୃତ୍ୱରେ , ଜିଲ୍ଲା ବିଜୁଛାତ୍ର ଜନତା ଦଳର ସଭାପତି ତାପସ ରଞ୍ଜନ ନାୟକ ଙ୍କ ସମେତ ମୁନିସିପାଳିଟିର ପୂର୍ବତନ ଉପାଧ୍ୟକ୍ଷ ମନୋଜ ବାରିକ ଏବଂ ବିଜେଡି ର ବହୁ ନେତା ଓ କର୍ମୀ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିଥିଲେ । ସୂଚନା ଥାଉକି ନବନିର୍ବାଚିତ ଜିଲ୍ଲା ଯୁବ ବିଜୁଜନତା ଦଳର ସଭାପତି ଆଡ଼ମା ରାବାଙ୍କ ଦେହ ଅସୁସ୍ଥ ଥିବା କାରଣରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିଲେ ।ଜିଲ୍ଲାର ଅନ୍ୟାନ୍ୟ ବ୍ଲକ ଗୁଡିକରେ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ଦିବସ ପାଳନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ କରା ଜାଇଛି।

Get real time updates directly on you device, subscribe now.