fbpx

ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭେଟି

ବରଗଡ,୮ ।୧୦(ଓଡିଶା ଭାସ୍କର): ବରଗଡ ଜିଲ୍ଲା ବିଜେପୁରବାସୀଙ୍କ ପାଇଁ ସ୍ୱତନ୍ତ୍ର ଭେଟି ଆଣିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ୨୫ ମେଗାୱାଟର ସୌରଶକ୍ତି ପ୍ଲାଣ୍ଟ ଉଦଘାଟନ କରିଛନ୍ତି ନବୀନ । ୩ଟି ଗାଁର ୧୧୧ ଏକର ଜମିରେ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ସୌରଶକ୍ତି ଦ୍ୱାରା ଜାଲପାଲି ଗ୍ରୀଡ ଅଞ୍ଚଳର ୩୬ ହଜାର ଉପଭୋକ୍ତା ଉପକୃତ ହେବେ । ୧୧୦ କୋଟି ଟଙ୍କାର ପ୍ରକଳ୍ପରେ ୬୦ କର୍ମଚାରୀ ନିଯୁକ୍ତି ପାଇବେ ।

Get real time updates directly on you device, subscribe now.