fbpx
BSKY
BJD MC SKY
BJD MS SKY

ଗଡକରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୨୬ା୧୧: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟଠାରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । କେନ୍ଦ୍ରୀୟ ଅଧିକାରୀମାନଙ୍କ ସହ ବାରମ୍ବାର ବୈଠକ ପରେ ମଧ୍ୟ ପ୍ରକଳ୍ପଗୁଡ଼ିକର କାର୍ଯ୍ୟରେ କୌଣସି ଅଗ୍ରଗତି ପରିଲିଖିତ ହେଉନଥିବା ମୁଖ୍ୟମନ୍ତ୍ରୀଙ୍କ ହୃଦବୋଧ ହୋଇଛି । ଫଳରେ ଶ୍ରୀ ପଟ୍ଟନାୟକ ଏନେଇ ଆଜି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ବ୍ୟକ୍ତିଗତ ଭାବେ ଏକ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟର ବୈତରଣୀ ନଦୀ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିଛି । ପ୍ରକଳ୍ପ କାର୍ଯ୍ୟ ଆଗେଇ ନ ପାରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କର ରାଜ୍ୟ ପ୍ରତି ବୈମାତୃକ ମନୋଭାବ ଫଳରେ ପ୍ରକଳ୍ପ କାର୍ଯ୍ୟରେ କୌଣସି ଅଗ୍ରଗତି ଘଟିପାରୁ ନାହିଁ । ଯାହାଫଳରେ ରାଜ୍ୟ ସରକାରଙ୍କ ବହୁତ କ୍ଷତି ହେଉଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ, ଏ ପ୍ରକଳ୍ପର ବ୍ୟୟବରାଦ ଖର୍ଚ୍ଚ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଅର୍ଥର ୨୦ ପ୍ରତିଶତ ଓ ଅବଶିଷ୍ଟାଂଶ ୮୦ ପ୍ରତିଶତ କେନ୍ଦ୍ର ସରକାର ବହନ କରିବାକୁ ପୂର୍ବରୁ ସ୍ଥିର ହୋଇଥିଲା । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିରେ ଯେତେ ବିଳମ୍ବ ଘଟିବ, ରାଜ୍ୟ ସରକାର ସେତିକି ପରିମାଣରେ କ୍ଷତି ସହିବେ । ମୁଖ୍ୟମନ୍ତ୍ରୀଙ୍କ ଏହି ବ୍ୟକ୍ତିଗତ ଚିଠି ପରେ ବୈତରଣୀ ନଦୀର ଉକ୍ତ ପ୍ରକଳ୍ପ କାର୍ଯ୍ୟ ଆଗେଇବା ସହ ଜନସାଧାରଣ ଏହାର ସୁଫଳ ପାଇପାରିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

Get real time updates directly on you device, subscribe now.