fbpx

ଟ୍ଵିନ ସିଟିକୁ ନେଇ ଡିଜିପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ୱର,୧୬/୯(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ ଓ ଆର୍ଥିକ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିସି ଜରିଆରେ ଜିଲ୍ଲାପାଳଙ୍କ ସହ ନବୀନ କଥା ହୋଇଛନ୍ତି ଭୁବନେଶ୍ବର ଓ କଟକରେ କୋଭିଡ୍‌ ନିୟମ ସଠିକ୍‌ ଭାବେ ପାଳନ ହେଉନଥିବା ନେଇ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟ୍ବିନ୍‌ ସିଟିରେ କୋଭିଡ ନିୟମ କଡ଼ାକଡ଼ି ପାଳନ ପାଇଁ DGPଙ୍କୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଅର୍ଥନୈତିକ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି।

ସେହିପରି ବିଭିନ୍ନ ଜୀବିକା ପ୍ରକଳ୍ପକୁ ଅଧିକ ପାଣ୍ଠି ଯୋଗାଇବାକୁ ଗୁରୁତ୍ୱ ଦିଆଯାଇଛି। କୃଷି, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ ପ୍ୟାକେଜ କାର୍ଯ୍ୟକାରିତାକୁ ଗୁରୁତ୍ୱ ଦିଆଯାଇଛି। ଚାଷୀ ମିଶନ ଶକ୍ତି, MSME ଓ ବୁଣାକାରଙ୍କୁ ଅଧିକ ଋଣ ସହାୟତା ଦିଆଯିବ। ଗତ ୫ ସପ୍ତାହରେ ଲକ୍ଷେରୁ ଅଧିକ ରୋଗୀ ସୁସ୍ଥ ହେବା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Get real time updates directly on you device, subscribe now.