fbpx

ଭବାନୀପାଟଣାରେ ପହଞ୍ଚିଲେ ନବୀନ, କିଛି ସମୟ ଗଲେ ବାଣ୍ଟିବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

ଭବାନୀପାଟଣା(ଓଡ଼ିଶା ଭାସ୍କର): ଭବାନୀପାଟଣାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ଲାଗି ଭବାନୀପାଟଣାରେ ସେ ପହଞ୍ଚିସାରିଛନ୍ତି । ଓୟୁଏଟି ପଡ଼ିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜ୍ରିତ ହୋଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର୍ ଯୋଗେ ଆସି ପହଞ୍ଚିଯାଇଛନ୍ତି । କଡ଼ା ସୁରକ୍ଷା ବଳୟ ଭିତରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ତେବେ ମଞ୍ଚ ଉପରେ ମୁଖ୍ୟମନ୍ତ୍ରୀ ନିଜ ସ୍ଥାନ ଗ୍ରହଣ କରିସାରିଛନ୍ତି । ଭବାନୀପାଟଣାରେ ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ଉପସ୍ଥିତ ରହିଛନ୍ତି ।

Get real time updates directly on you device, subscribe now.