fbpx

ଉତ୍କଳ ଦିବସରେ ହସିବ ଓଡ଼ିଶା: ଆଜି ମୁଖ୍ୟମନ୍ତ୍ରୀ ପଠାଇବେ କାଳିଆ କିସ୍ତି, ଉପକୃତ ହେବେ ରାଜ୍ୟର ୫୩ ଲକ୍ଷ ଚାଷୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ରାଜ୍ୟର ଚାଷୀଭାଇଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ୮୮ତମ ଉତ୍କଳ ଦିବସରେ ରାଜ୍ୟର ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ କାଳିଆ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହା ଆରମ୍ଭ କରିବେ ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ଚଳିତ ଖରିଫ ଚାଷ ବାବଦରେ ଚାଷୀଙ୍କୁ କାଳିଆ ଅର୍ଥରାଶି ପ୍ରଦାନ କରାଯିବ । ନିକଟରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଉକ୍ତ ଜିଲ୍ଲାକୁ ବାଦ ଦେଇ ଅନ୍ୟ ୨୯ଟି ଜିଲ୍ଲାରେ କାଳିଆ କିସ୍ତି ବଣ୍ଟନ କରାଯିବ । ରାଜ୍ୟର ୧୪ ଲକ୍ଷ ଭୂମିହୀନ ଶ୍ରମିକ ଓ କୃଷି ଆନୁଷଙ୍ଗିକ ଚାଷୀଙ୍କୁ ସରକାର ଏହି ଯୋଜନାରେ ସାମିଲ କରିଛନ୍ତି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨ଟି କିସ୍ତିରେ ୪ ହଜାର ଟଙ୍କା ମିଳୁଥିବା ବେଳେ ମତ୍ସ୍ୟ, କୁକୁଡ଼ା ଚାଷୀଙ୍କୁ ବିଭିନ୍ନ କିସ୍ତିରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୮ ଡିସେମ୍ବର ମାସରେ ରାଜ୍ୟ ସରକାର ଚାଷୀଙ୍କ କଲ୍ୟାଣ ପାଇଁ କାଳିଆ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ପ୍ରତିବର୍ଷ ଚାଷୀଙ୍କୁ ୨ଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉଛି । ରାଜ୍ୟର ୭୦ ପ୍ରତିଶତ କାଳିଆ ହିତାଧିକାରୀଙ୍କ ପାଇଁ ସମବାୟ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଛି । ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପାଇଁ ଯୋଜନା କରାଯାଇଛି । ଝାରସୁଗୁଡ଼ା ଉପନିର୍ବାଚନ ପରେ ଜିଲ୍ଲାର ହିତାଧିକାରୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବ ।

Get real time updates directly on you device, subscribe now.