fbpx

ରାଜ୍ୟରେ ସବୁ ସ୍କୁଲ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଲେ ଆଦେଶ, ୧୦୦ ଛାତ୍ରଛାତ୍ରୀ ବେହୋସ ହେବା ପରେ ଆସିଲା ଆଦେଶ

ପାଟନା: ବିହାରରେ ସମସ୍ତ ସ୍କୁଲ ବନ୍ଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ପାଟନାରେ ଜଣେ ସ୍କୁଲ ଛାତ୍ରଙ୍କ ମୃତ୍ୟୁର ୨ ଦିନ ପରେ ବୁଧବାର ୮ ଜିଲ୍ଲାରେ ପ୍ରାୟ ୧୦୦ ଛାତ୍ରଛାତ୍ରୀ ବେହୋସ ହୋଇଯିବା ପରେ ବିହାର ସରକାରଙ୍କ ନିଦ ଭାଙ୍ଗିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟର ମୁଖ୍ୟ ସଚିବଙ୍କୁ ବିହାରରେ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ଶିକ୍ଷା ବିଭାଗ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଲାଗି ସ୍କୁଲ ସମୟ ସକାଳ ୬ରୁ ଦିନ ୧୦ଟା ପର୍ଯ୍ୟନ୍ତ ପରିବର୍ତ୍ତନ କରି ମିଶନ ଦକ୍ଷ ଓ ବିଶେଷ କକ୍ଷ ନାମରେ ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ କୌଣସି ଆଶ୍ୱସ୍ତି ନ ଦେବାକୁ ଘୋଷଣା କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟର ମୁଖ୍ୟ ସଚିବ ବ୍ରଜେଶ ମେହରୋତ୍ରା ସମସ୍ତ ଜିଲ୍ଲାପାଳଙ୍କୁ ଆଦେଶ ଜାରି କରିଛନ୍ତି କି ସମସ୍ତ ପ୍ରକାର ସ୍କୁଲ, କୋଚିଂ ଓ ଶିକ୍ଷା ସଂସ୍ଥାନ ଜୁନ୍ ୮ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ବନ୍ଦ ରଖାଯିବ ।

Get real time updates directly on you device, subscribe now.