fbpx

ଆଗାମୀ ୨୫ଦିନ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ା୬(ଓଡ଼ିଶା ଭାସ୍କର): କରୋନା ସଚେତନତା ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ ଗତ ୨ମାସରୁ ଅଧିକ ସମୟ ହେବ ଆମେ ତାଲାବନ୍ଦରେ ରହିଆସିଛେ । କରୋନା ଲଢ଼େଇ ଆମ ପାଇଁ ଲମ୍ବା ଲଢ଼େଇ । କରୋନାର ପ୍ରତିଶେଧକ ଏପର୍ଯ୍ୟନ୍ତ ଆସିନ ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ । ଆଗକୁ ମୌସୁମୀ ଆସୁଛି ତେଣୁ ଆମକୁ ଅଧିକ ସତର୍କ ରହିବାକୁ ହେବ । ତାଲାବନ୍ଦ କୋହଳ ହେଲା କିନ୍ତୁ କରୋନା ଯାଇନି । ଜୁନ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ୫ଲକ୍ଷ ଓଡ଼ିଆ ଭାଇ ଭଉଣୀ ଘରକୁ ଫେରୁଛନ୍ତି । ସେମାନେ ଫେରିବା ଦ୍ୱାରା ପଡ଼ିବାକୁ ଥିବା ପ୍ରଭାବ ୧୫ରୁ ୨୦ ଦିନରେ କମିଯିବ । ମୌସୁମୀ ଆସିଲେ ଥଣ୍ଡା, କାଶ, ଜ୍ୱର ଦେଖାଦେଇପାରେ ତେଣୁ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ । ଆସନ୍ତା ୨୫ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କରୋନା ସଂକ୍ରମଣ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଅଛି । ଦେଶରେ ବଢ଼ୁଥିବା ସଂକ୍ରମଣ ଆମ ପାଇଁ ବଡ଼ ଆହ୍ୱାନ । ତେଣୁ ଜରୁରୀ କାମ ନଥିଲେ ବାହାରକୁ ନବାହାରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜୁନ ମାସ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ମାସରେ ୮ଦିନ ଅର୍ଥାତ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡ଼ାଉନ ରହିବ ।
ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଜରୁରୀ କାମ ନଥିଲେ ଘରୁ ବାହରକୁ ବାହାରନ୍ତୁ ନାହିଁ ।
ଯଦି ବାହାରକୁ ଯାଉଛନ୍ତି ତେବେ ମାସ୍କ ପିନ୍ଧନ୍ତୁ ।
ହାଟ, ବଜାର, ଅଫିସ୍, ଟ୍ରାଫିକ ସବୁଠି ସାମାଜିକ ଦୂରତା ରଖନ୍ତୁ ।
ବାହାରୁ ଘରକୁ ଫେରିଲେ ୨୦ସେକେଣ୍ଡ ଯାଏଁ ହାତ ଧୁଅନ୍ତୁ ।
୬୫ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା, ରୋଗଗ୍ରସ୍ତ ଲୋକ ଓ ୧୦ବର୍ଷରୁ କମ ପିଲାଙ୍କୁ ବାହାରକୁ ଛାଡ଼ନ୍ତୁନି ।

Get real time updates directly on you device, subscribe now.