fbpx

ଖୋଲା ମଞ୍ଚରେ ଅପରାଧୀଙ୍କୁ ଚେତାବନୀ , ମହିଳାଙ୍କ ସୁରକ୍ଷା ପ୍ରତି ଆଞ୍ଚ ଆଣିଲେ ଯମରାଜ ବି ରାସ୍ତା ଅଟକାଇ ପାରିବେନି

Advertisement

ନୂଆଦିଲ୍ଲୀ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୁଣି ଥରେ ଅପରାଧୀମାନଙ୍କୁ ଚେତାବନୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ମହିଳାଙ୍କ ସୁରକ୍ଷା ପ୍ରତି ଯେ କେହି ବି ବାଧା ଉପୁଜାଇବ ତାକୁ ଆମେ ମାଟିରେ ମିଶାଇଦେବୁ । ଯମରାଜ ବି ଚାହିଁଲେ ଆମ ରାସ୍ତା ରୋକିପାରିବେନି । ତେବେ ଏହା ପ୍ରଥମଥର ନୁହେଁ କି ମୁଖ୍ୟମନ୍ତ୍ରୀ ଅପରାଧୀଙ୍କୁ ଏପରି କଡା ଚେତାବନୀ ଶୁଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟରୁ ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ଯୋଗୀ ଆଦିତ୍ୟନାଥ ଏକ ସଭାରେ ସମ୍ବୋଧିତ କରୁଥିବାର ନଜର ଆସୁଛି । ଏହି ସମୟରେ ସେ କହିଛନ୍ତି କି ଆଜି ଆମେ ସମସ୍ତେ ଏକ ନୂଆ ଭାରତକୁ ଆମ ଆଖି ସାମ୍ନାରେ ଦେଖିପାରୁଛୁ । ଏହା ହେଉଛି ସେହି ଭାରତ ଯେଉଁଠି ସୁରକ୍ଷା, ସ୍ୱାଭିମାନ, ସମ୍ମାନ ଓ ବିନା ଭେଦଭାବରେ ଶାସନ ଯୋଜନାର ଲାଭ ସମସ୍ତଙ୍କୁ ପ୍ରାପ୍ତ ହୋଇପାରୁଛି । ସରକାର ଯେଉଁ ସୁରକ୍ଷା, ସମ୍ମାନ ଓ ସ୍ୱାବଲମ୍ବନର କାର୍ଯ୍ୟ ଆରମ୍ଭ କରିଛନ୍ତି ତାହା ଅନବରତ ଜାରି ରହିବ ।

ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ କହିଛନ୍ତି, ରାଜ୍ୟରେ ଝିଅ ମା’ଙ୍କ ସୁରକ୍ଷାରେ ଯେ କେହି ବି ବାଧା ଉପୁଯାଇବ ଯମରାଜ ବି ତାଙ୍କୁ ସୁରକ୍ଷା ଦେଇପାରିବେନି । ସେ କହିଛନ୍ତି ରାଜ୍ୟର ଅଧା ଜନସଂଖ୍ୟାର ସମ୍ମାନ ଓ ସୁରକ୍ଷାରେ କୌଣସି ପ୍ରକାର ଆଞ୍ଚ ଆସିଲେ ଆମେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ରାଜ୍ୟର ଡବଲ ଇଂଜିନ ସରକାର ଲଗାତର ମହିଳାଙ୍କ ସୁରକ୍ଷା ଓ ସ୍ୱାବଲମ୍ବନ ଉପରେ କାର୍ଯ୍ୟ ଜାରି ରଖିଛି ।
ତେବେ ଏହା ପ୍ରଥମ ଥର ନୁହେଁ କି ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ଉପରେ ଖୋଲା ମଞ୍ଚରେ ଏପରି କହିଛନ୍ତି । ଗତ କିଛିଦିନ ତଳେ ଗୃହରେ ସେ ନିଜ ଭାଷଣରେ କହିଥିଲେ ରାଜ୍ୟରେ ଆମ ସରକାର ଅପରାଧୀଙ୍କୁ ମାଟିରେ ମିଶାଇଦେବା ଲାଗି କାର୍ଯ୍ୟ କରୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ବୁଧବାର ବନାରସ ହିନ୍ଦୁ ୟୁନିଭରସିଟିରେ ଜଣେ ଛାତ୍ରଙ୍କ ସହ ଅଭଦ୍ରତା ଆଚରଣ ମାମଲା ସାମ୍ନାକୁ ଆସିଥିଲା । ବିଟେକ୍ ଛାତ୍ରୀଙ୍କ ସହିତ ୩ ଜଣ ବାଇକ୍ ଆରୋହୀ ଅଶ୍ଲୀଳ ଆଚରଣ କରିଥିଲେ । ଏହାପରେ ସେମାନେ ଯୁବତୀଙ୍କର ଭିଡିଓ ପ୍ରସ୍ତୁତ କରିଥିଲେ । ଏହି ମାମଲାରେ କ୍ରାଇମ୍ ବ୍ରାଞ୍ଚ ସହିତ ଉତ୍ତରପ୍ରଦେଶ ପୋଲିସ ଟିମ୍ ଲଗାତର ଚଢଉ ଜାରି ରଖିଛି । ମାମଲାରେ ପୋଲିସ ୨୧୫ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ ସର୍ଭିଲାନ୍ସର ସାହାରା ନେଇଥିଲେ ବି ଏ ପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି ।

Get real time updates directly on you device, subscribe now.