fbpx

ଶୀତଦିନେ ବରଫ ପରି ଥଣ୍ଡା ହୋଇଯାଉଛି କି ପାଦ, ଥଣ୍ଡା ନୁହେଁ ଏହି ରୋଗର ଲକ୍ଷଣ ହୋଇପାରେ

ନୂଆଦିଲ୍ଲୀ: ଶୀତଦିନେ ହାତ ଓ ପାଦ ବରଫ ପରି ଥଣ୍ଡା ଲାଗିଥାଏ । ଥଣ୍ଡାଦିନେ ପାଦ ଥଣ୍ଡା ହୋଇଯିବା ଏକ ସାଧାରଣ କଥା । ଏଥିପାଇଁ ଆପଣ ପାଦରେ ମୋଟା ମୋଜା ବି ପିନ୍ଧିପାରିବେ କିମ୍ବା ପାଦକୁ ସେକି ପାରିବେ । କିନ୍ତୁ କିଛି ଲୋକଙ୍କୁ ଏହି ସମସ୍ୟା ଭାରି ପଡିଯାଏ । ବିଭିନ୍ନ ପ୍ରକାର ଉପାୟ କରିବା ପରେ ବି ପାଦ ବରଫ ପରି ଥଣ୍ଡା ଅନୁଭୂତ ହୁଏ । ଆପଣଙ୍କ ସହ ବି ଏପରି ଘଟୁଥିଲେ ଏହାର କିଛି ଅନ୍ୟ କାରଣ ଥାଇପାରେ ।

ଡାଇବେଟିସ୍ ଓ ଏନିମିଆ ରୋଗରେ ପୀଡିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ସମସ୍ୟା ଅଧିକ ଦେଖାଦେଇଥାଏ । ହାତ ଓ ପାଦର ରକ୍ତବାହୀ କୋଷିକା ସଂକୁଚିତ ହୋଇଯାଏ ଫଳରେ ରକ୍ତ ପ୍ରବାହ କମ୍ ହୋଇଯାଏ ଓ ଶରୀରର ତାପମାତ୍ରା କମ୍ ହୋଇଯାଏ । ଏପରି ସ୍ଥିତିରେ ପାଦ ଥଣ୍ଡା ହେବା ଆପଣଙ୍କ ପାଇଁ ସମସ୍ୟାର କାରଣ ହୋଇପାରେ । ଏହା ବ୍ୟତିତ କିଛି ଏପରି ସ୍ୱାସ୍ଥ୍ୟଜନିତ ଅବସ୍ଥା ବି ରହିଛି ଯେଉଁଥିରେ ହାତ ଓ ପାଦ ବରଫ ପରି ଥଣ୍ଡା ହୋଇଯାଏ ।
ପାଦ ଥଣ୍ଡା ହେବାର କାରଣ:
୧-ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନ ପାରିଲେ ପାଦ ବରଫ ପରି ଥଣ୍ଡା ଅନୁଭୂତ ହୁଏ । ଯେତେବେଳେ ଆପଣ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହନ୍ତି ସେତେବେଳେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇପାରି ନ ଥାଏ । ଏହି କାରଣରୁ ମଧ୍ୟ ପାଦ ଥଣ୍ଡା ହୋଇଯାଏ ।
୨-ଶରୀରରେ ରେଡ୍ ବ୍ଲଡ୍ ସେଲସ୍ କମ୍ ହେବା କାରଣରୁ ପାଦ ଅଧିକ ଥଣ୍ଡା ଲାଗିଥାଏ । ଏନିମିଆ ରୋଗୀଙ୍କ ଶରୀରରେ ରକ୍ତ କମ୍ ଥିବା କାରଣରୁ ପାଦ ଥଣ୍ଡା ହୋଇଯାଏ । ସେହିପରି ଭିଟାମିନ୍ ବି ୧୨, ଫଲେଟ୍‌, ଆଇରନ୍ ଅଭାବରୁ ମଧ୍ୟ ଏପରି ହୋଇଥାଏ । ବହୁ ସମୟରେ କ୍ରନିକ୍ କିଡନୀ ରୋଗ ବି ଏହାର କାରଣ ହୋଇପାରେ ।
୩-ଯଦି ଆପଣଙ୍କ ପାଦ ସବୁବେଳେ ଥଣ୍ଡା ରହୁଛି ତେବେ ଆପଣଙ୍କ ବ୍ଲଡ ସୁଗାର ତୁରନ୍ତ ପରୀକ୍ଷା କରି ନିଅନ୍ତୁ । ଡାଇବେଟିସ୍ ରୋଗୀଙ୍କ ସୁଗାର ସ୍ତର ଅନିୟନ୍ତ୍ରିତ ରହୁଥିବାରୁ ପାଦ ଥଣ୍ଡା ହୋଇଯାଏ ।
୪-ଯେଉଁମାନେ ନର୍ଭ ସମସ୍ୟାରେ ପୀଡିତ ସେମାନେ ଏହି ଥଣ୍ଡା ପାଦ ସମସ୍ୟାରେ ପୀଡିତ ହୋଇପାରନ୍ତି । କୌଣସି ଦୁର୍ଘଟଣା, ଅଧିକ ମାନସିକ ଚାପରେ ରହିବା ଦ୍ୱାରା ଏହି ନର୍ଭ ସମସ୍ୟା ଦେଖାଦେଇଥାଏ । ଏହି କାରଣରୁ ପାଦ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ ।

Get real time updates directly on you device, subscribe now.