fbpx
BJD SKY
BJD SKY

ଉଚ୍ଚଶିକ୍ଷା ବିଭାଗର ନୂଆ ନିୟମ: ଏଣିକି ବଦଳି ପାଇଁ କଲେଜର ଅଧ୍ୟାପକ ଓ ଅନ୍ୟ କର୍ମଚାରୀମାନେ ଅନଲାଇନରେ ଆବେଦନ କରିବେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀଙ୍କର ବଦଳି ନେଇ ଅର୍ଥ କାରବାର ହେଉଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିକଟକୁ ଏପରି କିଛି ଅଭିଯୋଗ ଆସିବା ପରେ ଏବେ ନୂଆ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେଣୁ ବିଭାଗ ଅଧିନରେ ରହିଥିବା ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ କାର୍ଯ୍ୟରତ ଅଧ୍ୟାପକ, ଅଧ୍ୟାପିକା, ଲାଇବ୍ରେରିଆନ, କ୍ଲର୍କ, ଲାବ ଆସିଷ୍ଟାଣ୍ଟ ଓ ଷ୍ଟୋର କିପରଙ୍କ ବଦଳି ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଏନେଇ ବିଭାଗ ପକ୍ଷରୁ ଟ୍ୱିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରାଯିବା ସହ ଏକ ଗୁଗଲ ଫର୍ମ ଦିଆଯାଇଛି । ଗୋଟିଏ କଲେଜରୁ ଅନ୍ୟ କଲେଜକୁ ଟ୍ରାନ୍ସଫର ହେବା ପାଇଁ ଚାହୁଁଥିବା କର୍ମଚାରୀମାନେ ଅତିବେଶିରେ ୭ଟି ଶିକ୍ଷାନୁଷ୍ଠାନକୁ ବାଛି ପାରିବେ । ରାଜ୍ୟର ସରକାରୀ କଲେଜରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ୪୮୮ ଓ ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜର କର୍ମଚାରୀମାନେ ଏଥିପାଇଁ ଆବେଦନ କରିପାରିବେ ।

କର୍ମଚାରୀମାନେ ଉକ୍ତ ଫର୍ମରେ ନିଜର ନାମ, ଇ-ମେଲ ଠିକଣା, ଯୋଗାଯୋଗ ନମ୍ବର, ସ୍ଥାୟୀ ଠିକଣା, ବର୍ତ୍ତମାନର ଠିକଣା, ଜନ୍ମ ତାରିଖ, ବର୍ଗ (ଶିକ୍ଷକ / ଅଣଶିକ୍ଷକ), ପଦବୀ, ଶିକ୍ଷାଗତ ଯୋଗ୍ୟତା, ସ୍ପେଶିଆଲାଇଜେସନ ବିଷୟ, ଜଏନିଂ ତାରିଖ, କଲେଜର ବର୍ଗ, କ୍ୟାଡର, ଶେଷ ୩ଟି ପୋଷ୍ଟିଂ ତଥ୍ୟ, ବଦଳିର କାରଣ, କେଉଁ ପ୍ରକାର ଗୁରୁତର ରୋଗ, ପତ୍ନୀ-ସମ୍ପର୍କୀୟ, ପାରିବାରିକ ସମସ୍ୟା, କେଉଁସ୍ଥାନକୁ ବଦଳି ଚାହୁଁଛନ୍ତି, କାର୍ଯ୍ୟସ୍ଥଳ ତଥ୍ୟ ଆଦି ପ୍ରଦାନ କରିବେ ।

Get real time updates directly on you device, subscribe now.