fbpx

ମାସ ଆରମ୍ଭରୁ ଖୁସି: LPG ସିଲିଣ୍ଡର ଦାମ୍ କମିଲା

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସି ଖବର । ଆଜି ଏଲପିଜି ସିଲିଣ୍ଡର ଦାମ ହ୍ରାସ ପାଇଛି । ସରକାର ୧୯ କେଜି ବିଶିଷ୍ଟ କମର୍ସିଆଲ ସିଲିଣ୍ଡର ଦାମ ୯୧.୫୦ ଟଙ୍କା କମ୍ କରିଛନ୍ତି । ଗତ ମାସରେ କମର୍ସିଆଲ ସିଲିଣ୍ଡର ଦାମ୍ ୩୫୦ ଟଙ୍କା ବଢ଼ିଥିବା ବେଳେ ଏବେ ୯.୫୦ ଟଙ୍କା ହ୍ରାସ ପାଇଛି । ଏହାଛଡ଼ା ଘରୋଇ ଏଲପିଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଘରୋଇ ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ପୂର୍ବ ନିର୍ଦ୍ଧାରିତ ଦାମ୍ ଦେବାକୁ ପଡ଼ିବ ।

ଇଣ୍ଡିଆନ୍ ଅଏଲ ୱେବସାଇଟ୍ ମୁତାବକ, ଏପ୍ରିଲ ମାସ ପହିଲାରୁ କମର୍ସିଆଲ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୨୦୨୮ ଟଙ୍କା, କୋଲକତାରେ ୨୧୩୨ ଟଙ୍କା, ମୁମ୍ବାଇରେ ୧୯୮୦ ଟଙ୍କା ଓ ଚେନ୍ନାଇରେ ୨୧୯୨.୫୦ ଟଙ୍କା ହୋଇଛି । ପୂର୍ବରୁ ଦିଲ୍ଲୀରେ ଏହାର ଦାମ ୨୧୧୯.୫୦ ଟଙ୍କା, କୋଲକତାରେ ୨୨୨୧.୫୦ ଟଙ୍କା ଓ ମୁମ୍ବାଇରେ ୨୦୭୧.୫୦ ଟଙ୍କା ରହିଥିଲା । କମର୍ସିଆଲ ସିଲିଣ୍ଡର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି ।

ତେବେ ସବୁଠାରୁ ବଡ଼ କଥା ହେଉଛି, ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ୧୪.୨ କେଜି ବିଶିଷ୍ଟ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ଦେଶର ରାଜଧାନୀ ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକତାରେ ୧୧୨୯ ଟଙ୍କା, ମୁମ୍ବାଇରେ ୧୧୦୨.୫୦ ଟଙ୍କା ଓ ଚେନ୍ନଇରେ ୧୧୧୮.୫୦ ଟଙ୍କା ରହିଛି । ସେହିପରି ଦେଶର ଅନ୍ୟ ସହରମାନଙ୍କ ମଧ୍ୟରେ ଶ୍ରୀନଗରରେ ୧୨୧୯ ଟଙ୍କା, ପାଟନାରେ ୧୨୦୧ ଟଙ୍କା, ଅହମ୍ମଦାବାଦରେ ୧୧୧୦ ଟଙ୍କା, ଭୋପାଳରେ ୧୧୧୮.୫୦ ଟଙ୍କା ଓ ବେଙ୍ଗାଲୁରୁରେ ୧୧୧୫.୫୦ ଟଙ୍କା ରହିଛି ।

Get real time updates directly on you device, subscribe now.