fbpx

ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ କମିଟି ଗଠନ ହେଲା କମିଟି; ରହିଛନ୍ତି ୮ ପ୍ରଶାସନିକ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ବିବାଦ ସମାଧାନ ପାଇଁ ଗଠନ ହେଲା କମିଟି ଗଠନ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ଏହି କମିଟି । କମିଟିରେ ମୁଖ୍ୟ ଶାସନ ସଚିବଙ୍କ ସହ ମୋଟ ୮ ଅଧିକାରୀ ରହିଛନ୍ତି । ଉନ୍ନୟନ କମିଶନର, ଗୃହ, ରାଜସ୍ୱ ଓ ଜଳ ସମ୍ପଦ ସଚିବ, ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା ସଚିବ କମିଟିରେ ସ୍ଥାନିତ ହୋଇଛନ୍ତି ।

ଦୁଇ ରାଜ୍ୟର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିଆଯିବ ପଦକ୍ଷେପ । ସମସ୍ୟା ସମାଧାନ ପାଇଁ ବାଟ ବାହାର କରିବ କମିଟି । କୋଟିଆ, ନେରେଡି ବ୍ୟାରେଜ, ଝଞ୍ଜାବତି ଜଳଭଣ୍ଡାର ବିବାଦ, ପୋଲାଭରମ, ବାହୁଡ଼ା ନଦୀର ଜଳ ବିବାଦ ସମାଧାନ କରିବ କମିଟି । ବାଲିମେଳା ଓ ଉପର ସିଲେରୁ ପ୍ରକଳ୍ପ ନେଇ ମଧ୍ୟ ହେବ ବୁଝାମଣା ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସିଥିଲେ । ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କ ସହ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଥିବା ବିବାଦ ଉପରେ ଆଲୋଚନା କରିଥିଲେ ଏବଂ ଖୁବଶୀଘ୍ର ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯିବା ନେଇ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.