fbpx
BJD SKY
BJD SKY

୨୦୧୪ରେ ପେଟ୍ରୋଲ ଲିଟର ୭୨ ଓ ଡିଜେଲ ଲିଟର ୫୫ ଟଙ୍କା ଥିଲା: ୨୦୨୨ରେ ପେଟ୍ରୋଲ ଲିଟର ୧୦୫ ଓ ଡିଜେଲ ଲିଟର ୯୬ ଟଙ୍କା

BJD

ନୂଆଦିଲ୍ଲୀ: ୨୦୦୯ରେ ଅମିର ଖାନଙ୍କ ଫିଲ୍ମ ଥ୍ରି ଇଡିଅଟସ୍ ପରଦାକୁ ଆସିଥିଲା । ଉକ୍ତ ଫିଲ୍ମରେ ଶରମନ ଯୋଶୀଙ୍କ ମାଆଙ୍କର ଏକ ଡାଇଲଗ୍ ଥିଲା- ‘ପନୀର ତୋ ଏକ ଦିନ ସୁନାର କୀ ଦୁକାନ ପର ଇତ୍ତି ସୀ ଥୈଲୀ ମେଁ ମିଲା କରେଗା’ । ଆଜି ପେଟ୍ରୋଲ ଓ ଡିଜେଲର ଦର ଯେଉଁ ମାତ୍ରାରେ ବୃଦ୍ଧି ପାଉଛି ତାହାକୁ ଲକ୍ଷ୍ୟ କରି ସୋସିଆଲ ମିଡ଼ିଆରେ ଏପରି କିଛି ଚର୍ଚ୍ଚା ହେବାରେ ଲାଗିଛି ।

ଗତ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ହିଁ ଏଥିପାଇଁ ଦାୟୀ ବୋଲି କୁହାଯାଉଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସାଧାରଣ ଜନତାଙ୍କ ପାଇଁ ସିନା ତୈଳ ମହଙ୍ଗା ହୋଇଯାଇଛି କିନ୍ତୁ ସରକାର ତ ଟଙ୍କା ଛାଣୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପରିସ୍ଥିତି ଏବେ କଚ୍ଚେ ପୁଅ ବାର ।

ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧିକୃତ ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ ସେଲ (ପିପିଏସି)ର ରିପୋର୍ଟ ମୁତାବକ, ଗତ ୮ ବର୍ଷ ମଧ୍ୟରେ ପେଟ୍ରୋଲର ମୂଲ୍ୟ ୪୫ ପ୍ରତିଶତ ଓ ଡିଜେଲର ମୂଲ୍ୟ ୭୫ ପ୍ରତିଶତ ବଢ଼ିଛି । ଗତ ୨୦୧୪ ମସିହା ଏପ୍ରିଲ ୧ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୨.୨୬ ଟଙ୍କା ଓ ଡିଜେଲ ଦର ୫୫.୪୯ ଟଙ୍କା ଥିଲା । ୮ ବର୍ଷ ପରେ ୧୧ ଏପ୍ରିଲ ୨୦୨୨ରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୧୦୫.୪୧ ଓ ଡିଜେଲ ଲିଟର ୯୬.୬୭ ଟଙ୍କାରେ ପହଞ୍ଚିଛି ।

ପେଟ୍ରୋଲ ଓ ଡିଜେଲର ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟିରୁ କେନ୍ଦ୍ର ସରକାରଙ୍କ ପ୍ରଫିଟ ପାଖପାଖି ୪ ଗୁଣ ବୃଦ୍ଧି ପାଇଛି । ୨୦୧୪-୧୫ରେ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟିରୁ ୯୯ ହଜାର ୬୮ କୋଟି ଲାଭ ପାଇଥିଲେ । ୨୦୨୦-୨୧ରେ ତାହା ୩.୭୩ ଲକ୍ଷ କୋଟିରେ ପହଞ୍ଚିଥିଲା । ୨୦୨୧-୨୨ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ କେନ୍ଦ୍ର ସରକାର ୧.୭୦ ଲକ୍ଷ କୋଟି ଲାଭ ପାଇଥିବା ପିପିଏସି ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.