ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ କୃଷିମନ୍ତ୍ରୀ, ବାତ୍ୟା ପ୍ରଭାବିତ ଚାଷୀଙ୍କୁ ମିଳିବ ଏତିକି ଟଙ୍କା ସହାୟତା

ଭୁବନେଶ୍ବର: ବାତ୍ୟା ସିନା ଚାଲିଯାଉଛି ହେଲେ ଛାଡି ଯାଇଛି ଦୁର୍ଦ୍ଦଶା । ଅନେକ ଅଞ୍ଚଳରେ ଚାଷଜମିରେ ପାଣି ଜମିବା କାରଣରୁ ଫଲ ନଷ୍ଟ ହୋଇଯାଇଛି । ଏନେଇ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ସହାୟତା ନେଇ ବଡ ଘୋଷଣା କରିଛନ୍ତି ସରକାର । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ଦିଆଯିବା ନେଇ ଘୋଷଣା କରାଯାଇଛି । ଆଜି ସମୀକ୍ଷା ବୈଠକ ବସିଥିବା ବେଳେ ଘୋଷଣା କରିଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।

ତାଙ୍କର କହିବା ଅନୁସାରେ, ରାଜ୍ୟରେ 79 ହଜାର 671 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଥିବା ନେଇ ପ୍ରାଥମିକ ଆକଳନ କରାଯାଇଛି । ରାଜସ୍ବ ଓ କୃଷି ଅଧିକାରୀଙ୍କ ମିଳିତ ସହଯୋଗରେ କ୍ଷୟକ୍ଷତି ଗଣନା କରାଯିବ ।

କେଉଁ ଚାଷୀଙ୍କୁ କେତେ ସହାୟତା ମିଳିବ-

  • ପ୍ଲାଣ୍ଟେସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା 22 ହଜାର 500 ଟଙ୍କା ମିଳିବ ।
  • ଆଗ୍ରୋ ଫରେଷ୍ଟ ଚାଷୀଙ୍କୁ ସର୍ବନିମ୍ନ 2500 ଟଙ୍କା ମିଳିବ ।
  • ଅଧା ହେକ୍ଟର ନଷ୍ଟ ହୋଇଥିଲେ 4200 ଟଙ୍କା ।
  • ଅଳ୍ପ କ୍ଷତି ହୋଇଥିଲେ ସର୍ବନିମ୍ନ 1000 ଟଙ୍କା ମିଳିବ ।
  • ଜଳ ସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ 17 ହଜାର ମିଳିବ ।
  • ଜଳସେଚିତ ଦମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ 2ହାଜର ମିଳିବ ।

କହିରଖୁଛି କି, କୃଷି ଭବନରେ ବାତ୍ୟା ଜନିକ ଫସଲର କ୍ଷୟକ୍ଷତି ସମୀକ୍ଷା କରାଯାଇଛି । ଏନେଇ କେଭି ସିଂହଦେଓ କହିଛନ୍ତି, ରାଜ୍ୟରେ ମୋଟ 79 ହଜାର 671 ହେକ୍ଟର ଜମି ପ୍ରଭାବିତ ହୋଇଛି । ବିଶେଷକରି କେନ୍ଦ୍ରାପଡାରେ 23 ହଜାର ହେକ୍ଟର ଜମିରେ ଚାଷ କ୍ଷତି ହୋଇଛି । ରାଜକନିକା, ଆଳି ଏବଂ ମହାକାଳପଡାରେ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକରେ ୨୪ ହଜାର ୧୧୫ ହେକ୍ଟର ଜମିରେ ଚାଷ କ୍ଷତି ହୋଇଛି । ବାଲେଶ୍ବରରେ ୩୧୪୦ ହେକ୍ଟର ଜମରେ ଚାଷ କ୍ଷତି ହୋଇଛି  । ସେହିପରି ମୟୂରଭଞ୍ଜରେ ମୋଟ୍ ୨୩୮୧ ହେକ୍ଟର, ଯାଜପୁରରେ ୨୭୦୯, ଜଗସସିଂହପୁର ୨୪୯୮ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି ।