fbpx

ପୁଣି ଅଡୁଆରେ ସଲମାନ: ଚଣ୍ଡୀଗଡ଼ରୁ ଆସିଲା ସାଙ୍ଘାତିକ ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଏବଂ ତାଙ୍କ କମ୍ପାନୀ ‘ବିଙ୍ଗ ହ୍ୟୁମାନ’ ପାଇଁ ବଢ଼ିବାରେ ଅସୁବିଧା । ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀ ତାଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ବ୍ୟବସାୟୀ ଅଭିଯୋଗ କରିଛନ୍ତି ଯେ ଶୋରୁମ ଖୋଲିବା ପରେ କମ୍ପାନୀ ତରଫରୁ କୌଣସି ସାମଗ୍ରୀ ମିଳୁନାହିଁ । କମ୍ପାନୀର ୱେବସାଇଟ ମଧ୍ୟ ବନ୍ଦ ରହିଛି । ଆଉ ଏବେ ବ୍ୟବସାୟୀ ଜଣକ ଏନେଇ ସଲମାନ ଖାନ ତାଙ୍କ ଭଉଣୀ ଅଲଭିରା ଖାନ ଏବଂ ବିଙ୍ଗ୍ ହ୍ୟୁାମନର ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପୋଲିସ ସଲମାନ ଖାନ, ଅଲଭିରା ଖାନ, ବିଙ୍ଗ ହ୍ୟୁମାନର ସିଇଓ ପ୍ରସାଦ କପାରେଙ୍କୁ ସମନ କରିଛି ।

ପୋଲିସରେ ଅଭିଯୋଗ କରିଥିବା ବ୍ୟବସାୟୀ ଅରୁଣ ଗୁପ୍ତାଙ୍କ କହିଛନ୍ତି ସଲମାନଙ୍କ କହିବା ପରେ ସେ ମନୀମାଜରାର ଏନଏସିରେ ପ୍ରାୟ ୩ କୋଟି ଟଙ୍କା ନିବେଶରେ ‘ବିଙ୍ଗ୍ ହ୍ୟୁମାନ ଜୁଏଲାରୀ’ ଶୋରୁମ ଖୋଲିଥିଲେ । ଶୋରୁମ ଖୋଲିବା ପାଇଁ ଷ୍ଟାଇଲ କ୍ୱିଣ୍ଟେଟ ଜୁଏଲାରୀ ପ୍ରାଇଭେଟ ଲିମିଟେଡ ସହ ଏକ ଚୁକ୍ତି ମଧ୍ୟ କରିବାକୁ ପଡ଼ିଥିଲା । ଏହାଦ୍ୱାରା ଶୋରୁମ ତ ଖୋଲିଯାଇଥିଲା କିନ୍ତୁ କିଛି ବି ସହାୟତା କରିନଥିଲେ ସଲମାନ । ବିଙ୍ଗ୍ ହ୍ୟୁମାନର ଜୁଏଲାରୀ ଯେଉଁ ଷ୍ଟୋରରୁ ତାଙ୍କୁ ଦେବା ପାଇଁ କୁହାଯାଇଥିଲା ତାହା ମଧ୍ୟ ବନ୍ଦ ପଡ଼ିଥିବା ସେ କହିଛନ୍ତି । ଯେଉଁ କାରଣରୁ ତାଙ୍କୁ ସାମଗ୍ରୀ ମିଳିପାରୁନାହିଁ ।
ତେବେ ପୋଲିସ ସେମାନଙ୍କୁ ସମନ ଜାରିକରିବା ସହ ୧୦ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ କହିଛି ।

Get real time updates directly on you device, subscribe now.