fbpx
BJD SKY
BJD SKY

ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ନେଇ ଦ୍ୱନ୍ଦ୍ୱ

BJD

ନୂଆଦିଲ୍ଳୀ: ଗୋଟିଏପଟେ ଦିଲ୍ଲୀରେ କରୋନା ସଂକ୍ରମଣରେ ହ୍ରାସ ହେବାପରେ ସରକାର ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ତେବେ ମୃତ୍ୟୁ ସଂଖ୍ୟାକୁ ନେଇ ମଧ୍ୟ ଚିନ୍ତା ରହିଛି । ଦିଲ୍ଲୀରେ ଶୁକ୍ରବାର କରୋନା ସଂକ୍ରମଣ ୧୧୪୧ ଆକ୍ରାନ୍ତ ମାମଲା ଆସିଥିବାବେଳେ ୧୩୯ ରୋଗୀଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣ ହାର ୧.୫୯ ପ୍ରତିଶତ ରହିଛି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ତଥ୍ୟ ଜାରି କରାଯାଇଛି । ଏପର୍ଯ୍ୟନ୍ତ ୨୩,୯୫୧ଜଣଙ୍କ ମୃତ୍ୟୁ ହୋଇଛି । ବୁଧବାର ସଂକ୍ରମଣ ୧.୦୭୨ ମାମଲା ଥିବାବେଳେ ୧୧୭ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଆଜିର ରିପୋର୍ଟ ଆସିବା ପରେ ଦିଲ୍ଲୀରେ ସୋମବାରଠୁ ଆରମ୍ଭ ହେବାକୁ ଥିବା ଅନଲକ୍ ପ୍ରକ୍ରିୟା ହେବ କି ନାହିଁ ବୋଲି ସାଧାରଣରେ ଦ୍ୱନ୍ଦ୍ୱ ପ୍ରକାଶ ପାଇଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର କହିଛନ୍ତି ଯେ ଦିଲ୍ଲୀରେ କୋଭିଡ ମାମଲା ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ପଜିଟିଭିଟି ହାରରେ ହ୍ରାସ ଯୋଗୁଁ ଅନଲକ୍ ପ୍ରକ୍ରିିୟା ଆରମ୍ଭ ମେ ୩୧ ଠାରୁ ଆରମ୍ଭ କରାଯିବ । କିନ୍ତୁ ସେ ଏହା ମଧ୍ୟ କହିଥିଲେ ଯେ ଭାଇରସ ଏବେବି ରହିଛି ତେଣୁ ନିୟମ କଡ଼ାକଡ଼ି ଭାବେ ମାନିବା ଦରକାର । ଜରୁରି କାମ ନଥିଲେ ଘରୁ ନ ବାହାରିବାକୁ ସେ ନିବେଦନ କରିଛନ୍ତି । ତେବେ ଆଜିର ପରିସଂଖ୍ୟାନ ଦେଖିଲେ ଅନଲକକୁ ନେଇ ପ୍ରଶ୍ନ ଉଠୁଛି । କାରଣ ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟାରେ ହ୍ରାସ ହୋଇଥିଲେ ମଧ୍ୟ ଆଜି ଗୋଟିଏ ଦିନରେ ୧୧୪୧ ଆକ୍ରାନ୍ତ ବାହାରିଛନ୍ତି ଏବଂ ୧୩୯ ରୋଗୀଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଅନଲକ ଘୋଷଣା କରିବାବେଳେ ଏହା ମଧ୍ୟ କହିଥିଲେ ଯଦି ସଂକ୍ରମଣ ପୁଣି ବଢ଼େ ତେବେ ଅନଲକ ପ୍ରକ୍ରିୟା ବନ୍ଦ କରାଯାଇପାରେ ।

Get real time updates directly on you device, subscribe now.