fbpx

‘ଅବିଶ୍ୱାସ ପ୍ରସ୍ତାବ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ମୌନବ୍ରତ ଭାଙ୍ଗିବାକୁ ଚାହୁଁଛୁ’, ସରକାରଙ୍କୁ ଜୋରଦାର ଟାର୍ଗେଟ୍ କଲେ କଂଗ୍ରେସ ସାଂସଦ ଗୌରବ ଗୋଗୋଇ

ନୂଆଦିଲ୍ଲୀ: ଲୋକସଭାରେ ମୋଦୀ ସରକାରଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଅବିଶ୍ୱାସ ପ୍ରସ୍ତାବ ଆରମ୍ଭ କରି ସରକାରଙ୍କ ଉପରେ ଜୋରଦାର ବର୍ଷିଥିଲେ । ଯାହା ପରେ ସରକାରଙ୍କ ପକ୍ଷରୁ ନିଶିକାନ୍ତ ଦୁବେ ପକ୍ଷ ରଖିଥିଲେ । ଲୋକସଭା କାର୍ଯ୍ୟ ଆରମ୍ଭ ପରେ ଆଶା କରାଯାଉଥିଲା ଯେ, ରାହୁଲ ଗାନ୍ଧୀ ଚର୍ଚ୍ଚା ଆରମ୍ଭ କରିବେ । କିନ୍ତୁ ଗୌରବ ଗୋଗୋଇ ଛିଡ଼ା ହୋଇଥିଲେ, ଏହି ସମୟରେ ବିଜେପି ସାଂସଦମାନେ ପଚାରିଥିଲେ କି ଆରମ୍ଭ ତ ରାହୁଲ ଗାନ୍ଧୀ କରିବାର ଥିଲା । ପାଞ୍ଚ ମିନିଟ୍‌ରେ ଏପରି କ’ଣ ହେଲା ? ଆମେମାନେ ତାଙ୍କୁ ଶୁଣିବାକୁ ଉତ୍ସାହିତ ଥିଲୁ ।

ପ୍ରହଲ୍ଲାଦ ଜୋଶୀ କହିଥିଲେ କି ଅବିଶ୍ୱାସ ପ୍ରସ୍ତାବ ଉପରେ ରାହୁଲ ଗାନ୍ଧୀ ଚର୍ଚ୍ଚା ଆରମ୍ଭ କରିବେ ବୋଲି ସେ ବାଚସ୍ପତିଙ୍କୁ ଚିଠି ଦେଇଥିଲେ । ତେବେ ସେ କ’ଣ ପାଇଁ କିଛି କହୁନାହାନ୍ତି । ଏହାପରେ କଂଗ୍ରେସ ସାଂସଦ ଗୌରବ ଗୋଗଇ ପ୍ରହଲ୍ଲାଦ ଜୋଶୀଙ୍କୁ ଜବାବ ଦେଇ କହିଥିଲେ ଆମକୁ ମଧ୍ୟ ଏହା କୁହନ୍ତୁ ବାଚସ୍ପତିଙ୍କ ଅଫିସ ଭିତରେ ପ୍ରଧାନମନ୍ତ୍ରୀ କ’ଣ କ’ଣ କହୁଛନ୍ତି । ଆମେ କେବେ ପଚାରି ନାହୁଁ ?

କଂଗ୍ରେସ ପକ୍ଷ ରଖି ଗୌରବ ଗୋଗଇ ବିଜେପି ସରକାରଙ୍କ ଉପରେ କଡ଼ା ସମାଲୋଚନା କରିଥିଲେ । ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମୌନ ବ୍ରତ ଭାଙ୍ଗିବା ପାଇଁ ବିରୋଧୀଙ୍କ ମିଳୀତ ଗୋଷ୍ଠି ଇଣ୍ଡିଆ ଅବିଶ୍ୱାସ ପ୍ରାସ୍ତାବ ଆଣିଛନ୍ତି । ଆରମ୍ଭରୁ ସେ ଅଭିଯୋଗ କରିଥିଲେ କି ସରକାର ଏକ ଭାରତ କହୁଥିଲେ ମଧ୍ୟ ମଣୀପୁରକୁ ଦୁଇ ଭାଗରେ ବିଭକ୍ତ କରି ଦେଇଛନ୍ତି ।

Get real time updates directly on you device, subscribe now.