fbpx

ବିନା ଏସିର ଉଡାଜାହାଜରେ ଝାଳ ପୋଛିବା ପାଇଁ ଧରାଇଲେ ଟିସୁ ପେପର : ଭିଡିଓ ସେୟାର କରିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ : ପଞ୍ଜାବର କଂଗ୍ରେସ କମିଟୀ ଅଧ୍ୟକ୍ଷ ଅମରିନ୍ଦର ସିଂ ରାଜା ଇଣ୍ଡିଗୋ ଉଡାଜାହାଜର ଏକ ଅଜବ ଭିଡିଓ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ଚଣ୍ଡିଗଢ଼ରୁ ଜୟପୁରର ୯୦ ମିନିଟର ଯାତ୍ରା ସମୟରେ ବିମାନରେ ଏସି ହିଁ କାମ କରୁ ନାହିଁ । ଏମିତିରେ ଏୟରହୋଷ୍ଟସ ଝାଳ ପୋଛିବା ପାଇଁ ଲୋକଙ୍କୁ ଟିସୁ ପେପର ଦେଉଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଇଣ୍ଡିଗୋ ୬ଋ୭୨୬୧ ରେ ଯାତ୍ରା କରୁଥିଲେ ।

ଯାତ୍ରା ସମୟରେ ବିମାନ ଭିତରୁ ଏକ ଭିଡିଓ ରେକର୍ଡ କରି ସେୟାର କରିଥିଲେ । ସେହି ଭିଡିଓରେ ଲୋକମାନେ ମ୍ୟାଗେଜିନ ଏବଂ ଟିସୁ ପେପରକୁ ପଙ୍ଖା କରିଥିବାର ଦେଖାଯାଉଛି । ସେ ଲେଖିଥିଲେ ଯେ, ଟାଣ ଖରାରେ ୧୦-୧୫ମିନିଟ ପର୍ଯ୍ୟନ୍ତ ଛୀଡା ହେବା ପରେ ବିମାନ ଭିତରକୁ ଯାଇଥିଲେ । ସେଠାରେ ଲୋକଙ୍କୁ ଜଣା ପଡିଲା ଯେ ଏସି ହିଁ କାମ କରୁ ନାହିଁ । ବିମାନ ଉଡାଣ ଠାରୁ ଅବତରଣ ପର୍ଯ୍ୟନ୍ତ ।ସି ବନ୍ଦ ଥିଲା, ପୁରା ଯାତ୍ରା ସମୟରେ ସମସ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ କେହି ବି ଏହି ପରିସ୍ଥିତିକୁ ନେଇ କିଛି ପ୍ରଶ୍ନ କରିନଥିଲେ ।

ସେ କହିଥିଲେ ଯେ, ଏୟାରହୋଷ୍ଟସ ମାନେ ଦୟାକରି ଲୋକଙ୍କୁ ଝାଳ ପୋଛିବା ପାଇଁ ଟିସୁ ପେପର ଦେଉଥିଲେ । ଯାତ୍ରା ସମୟରେ ବହୁତ ଯାତ୍ରୀ ଅସ୍ତିର ହୋଇ ପଡିଥିଲେ । ବିମାନରେ ଏକ ବଡ଼ ଟେକନିକର ଖରାପ ଥିଲା । କଂଗ୍ରେସ ଅଧ୍ୟକ୍ଷ ଡିଜିସିଏର ଏୟାରଲାଇନ ଉପରେ କାରବାଇ କରିବା ପାଇଁ ଦାବି କରିଥିଲେ । ଯାହାଦ୍ୱାରା ଅନ୍ୟ କାହାକୁ ମଧ୍ୟ କୌଣସି ଅସୁବିଧା ହେବ ନାହିଁ ।

Get real time updates directly on you device, subscribe now.