fbpx

ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ୯ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଲୋକସଭା ନିର୍ବାଚନ ପାଇଁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ଏହାପରେ ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ତେବେ ନିର୍ବାଚନ ପାଇଁ ବିଭନ୍ନ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ କଂଗ୍ରେସ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତ ୨୫ ତାରିଖ ଦିନ ଦଳ ତା’ର ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ୨୬ ତାରିଖ ଦିନ ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସେହିପରି ୨୭ରେ ୮ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ୯ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।

ଆଜି ଦଳ ଦୁଇଟି ରାଜ୍ୟର ୫ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । କର୍ଣ୍ଣାଟକର ୩ଟି ଓ ରାଜସ୍ଥାନର ୨ଟି ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଛି । କର୍ଣ୍ଣାଟକର ବେଲ୍ଲାରି ଆସନରୁ ଇ. ଥୁକୁରାମ, ଚମାରାଜନଗରରୁ ସୁନିଲ ବୋଷ, ଚିକବଲ୍ଲାପୁରରୁ ରକ୍ଷା ରମୈୟା ନିର୍ବାଚନ ଲଢ଼ିବେ । ସେହିପରି ରାଜସ୍ଥାନର ରାଜସାମନ୍ଦ ଆସନରୁ ଡ. ଦାମୋଦରା ଗୁର୍ଜର ଓ ଭିଲୱାରା ଆସନରୁ ଡ. ସିପି ଯୋଶୀ ନିର୍ବାଚନ ଲଢ଼ିବେ ।

Get real time updates directly on you device, subscribe now.