fbpx

ମନମୋହନ ସିଂଙ୍କୁ ସମାଲୋଚନା କରୁଥିଲେ ଏବେ ଚୁପ୍ ବସିଛନ୍ତି, ପ୍ରଧାନମନ୍ତ୍ରୀ ସବୁଦିନ ପାଇଁ ସତ୍ୟ ଲୁଚାଇ ପାରିବେ ନାହିଁ- ରାହୁଲ ଗାନ୍ଧୀ

Advertisement

ନୁଆଦିଲ୍ଲୀ: ଡଲାର ତୁଳନାରେ ସର୍ବକାଳିନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଟଙ୍କା । ଦେଶରେ ନିରନ୍ତର ଦରଦାମ ବୃଦ୍ଧି ମଧ୍ୟରେ ଦୁର୍ବଳ ହୋଇଚାଲିଛି ଟଙ୍କା । ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ୭୭.୪୪ ଟଙ୍କାରେ ପହଁଚିଛି । ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛି କଂଗ୍ରେସ।
ଭାରତୀୟ ମୁଦ୍ରା ବର୍ତ୍ତମାନ ଆଇସିୟୁରେ ଥିବା କଂଗେସ କହିଛିି । ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶର ଆର୍ଥିକ ତଥା ସାମାଜିକ ବାସ୍ତବତାକୁ ସବୁଦିନ ପାଇଁ ଲୁଚାଇ ପାରିବେ ନାହିଁ।

ରାହୁଲ ଗାନ୍ଧୀ ଏକ ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମନେ ପକାଇ ଦେଇଛନ୍ତି ଯେ ଟଙ୍କା ମୂଲ୍ୟରେ ହ୍ରାସ ପାଇଁ ସେ ପୁର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କିପରି ସମାଲୋଚନା କରୁଥିଲେ। ପ୍ରଧାନମନ୍ତ୍ରୀ ନିଜର ପ୍ରଚାର ପ୍ରସାର ଛାଡ଼ି ଦେଶର ଅର୍ଥନୀତି ପ୍ରତି ଧ୍ୟାନ ଦୋବ ଉଚିତ୍ ବୋଲି ସେ କହିଛନ୍ତି ।

ସେହିପରି କଂଗେସ ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜବାଲା କହିଛନ୍ତି ଯେ ମୋଦୀ ସରକାର ସମୟରେ ଟଙ୍କା ଆଇସିୟୁରେ ରହିଛି । ମୋଦୀ ସରକାରଙ୍କ ଅଧୀନରେ ଭାରତୀୟ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ବୟସରୁ ଅଧିକ ହ୍ରାସ ପାଇଛି ଏବଂ ଏହାର କାରଣ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.