fbpx

କଂଗ୍ରେସର ‘ଏକ ନୋଟ୍ ଏକ ଭୋଟ୍‌’ ଅଭିଯାନ, ହାତରେ ବାକ୍ସ ଧରି ପ୍ରତି ବ୍ୟକ୍ତିଙ୍କ ଠାରୁ ୧ ଟଙ୍କା ମାଗୁଛନ୍ତି ପ୍ରାର୍ଥୀ

ଇନ୍ଦୋର: ଲୋକସଭା ନିର୍ବାଚନ ପାଖେଇ ଆସିବା ବେଳକୁ ରାଜନୈତିକ ଦଳ ନିଜ ନିଜ ତରିକାରେ ଭୋଟରଙ୍କ ସହ ନିଜକୁ ଯୋଡିବାରେ ଲାଗି ପଡିଛନ୍ତି । ତେବେ ମଧ୍ୟପ୍ର୍ରଦେଶରେ ଏହି କ୍ରମରେ ଏକ ଅଭିନବ ତରିକା ଦେଖିବାକୁ ମିଳିଛି । କଂଗ୍ରେସର ମଧ୍ୟପ୍ରଦେଶ ଶାଖା ଲୋକସଭା ନିର୍ବାଚନ ଲଢିବା ପାଇଁ ଚାନ୍ଦା ସଂଗ୍ରହ ପାଇଁ ରବିବାର ‘ଏକ ନୋଟ୍ ଏକ ଭୋଟ୍‌’ ଅଭିଯାନ ଆରମ୍ଭ କରିଛି । ଦଳ କହିଛି କେନ୍ଦ୍ର ସରକାର ତାଙ୍କ ବ୍ୟାଙ୍କ ଖାତା ଉପରେ ପ୍ରତିବନ୍ଧ ଲଗାଇ ଥିବାରୁ ନିର୍ବାଚନ ଲଢିବାକୁ ସେମାନଙ୍କ ପାଖରେ ପଇସା ନାହିଁ ।

ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟୱାରୀ କହିଛନ୍ତି ଆଦର୍ଶ ଆଚାର ସଂହିତା ଲାଗୁ ହେବା ପରେ କଂଗ୍ରେସର ବ୍ୟାଙ୍କ ଖାତା ଉପରେ ପ୍ରତିବନ୍ଧ ଲଗାଇବାର ଅର୍ଥ ନିର୍ବାଚନ ପୂର୍ବରୁ ତାଙ୍କ ଦଳକୁ ଆର୍ଥିକ ରୂପରେ ଦୁର୍ବଳ କରିଦେବା ।

ତେବେ ମଧ୍ୟପ୍ରଦେଶ କଂଗ୍ରେସ ଏକ ନୋଟ ଏକ ଭୋଟ ଅଭିଯାନକୁ ଭୋପାଳର ରୋଶନପୁରା ନିର୍ବାଚନ କ୍ଷେତ୍ରରୁ ଆରମ୍ଭ କରିଛି । ଏଠାରେ ଭୋପାଳରୁ ଦଳର ପ୍ରାର୍ଥୀ ଅରୁଣ ଶ୍ରୀବାସ୍ତବ ଓ ଜବଲପୁରରୁ ପ୍ରାର୍ଥୀ ଦିନେଶ ଯାଦବ ହାତରେ ବାକ୍ସ ଧରି ପ୍ରତି ବ୍ୟକ୍ତିଙ୍କ ଠାରୁ ୧ ଟଙ୍କା ମାଗୁଛନ୍ତି ଓ ଭୋଟ ଦେବାକୁ ଅନୁରୋଧ କରୁଛନ୍ତି । ମଧ୍ୟପ୍ରଦେଶ ଅନ୍ୟ ଆସନରୁ ବି କଂଗ୍ରେସ ପ୍ରାର୍ଥୀ ଏହି ଅଭିଯାନରେ ଭାଗ ନେଇଛନ୍ତି ।

Get real time updates directly on you device, subscribe now.