fbpx

ଭଦ୍ରକର କଂଗ୍ରେସ ପାର୍ଟି ଅଫିସରେ ଦୁଇଗୋଷ୍ଠୀଙ୍କ ଭିତରେ ଗଣ୍ଡଗୋଳ

ଭଦ୍ରକ, ୧୯ା୨(ଓଡ଼ିଶା ଭାସ୍କର): ପୁରୀ ପରେ ଭଦ୍ରକରେ କଂଗ୍ରେସ ପାର୍ଟି ଅଫିସରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ଗୋଷ୍ଠୀ ପକ୍ଷରୁ ଭଦ୍ରକ ଟାଉନ ଥାନାରୋ ଏତଲା ରୁଜୁ ହୋଇଛି । ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଜିଲ୍ଲା କାର୍ଯ୍ୟକାରୀ ବୈଠକ ଚାଲିଥିବା ବେଳେ ଗଣ୍ଡଗୋଳ ହୋଇଛନ୍ତି । ବୈଠକ ବେଳେ ପିସିସି ସଭାପତି ମଧ୍ୟ ଉପସ୍ଥିତ ଥିଲେ । ଗଣ୍ଡଗୋଳ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖ ଦିନ ପୁରୀରେ ମଧ୍ୟ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସେହି ଗଣ୍ଡଗୋଳରେ ୩ଯୁବ କଂଗ୍ରେସ ନେତା ଗୁରୁତର ଭାବେ ଆହତ ହୋଇଥିଲେ । ସେଠାରେ ମଧ୍ୟ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.