fbpx

ସେନ ୱାର୍ଣ୍ଣଙ୍କ ବିବାଦ: କ୍ୟାରିୟରରେ ଅନେକ ବିବାଦ ଘେରରେ ରହିଛନ୍ତି ଅଷ୍ଟ୍ରେଲିଆର ସ୍ପିନ ଯାଦୁକର

ଆଉ ନାହାନ୍ତି କ୍ରିକେଟ ଜଗତର ଦ୍ୱିତୀୟ ସର୍ବାଧିକ ୱିକେଟ ଟେକର ସେନ ୱାର୍ଣ୍ଣ । ଥାଇଲାଣ୍ଡରେ ହୃଦଘାତ ଯୋଗୁଁ ସେ ପ୍ରାଣ ହରାଇଥିବା ଜଣାଯାଇଛି । ମାତ୍ର ୫୨ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । କିନ୍ତୁ କ୍ରିକେଟ ମଇଦାନ ଅଧିକାଂଶ ସମୟ ଶାନ୍ତ ସ୍ୱଭାବରେ ରହୁଥିବା ସେନ ୱାର୍ଣ୍ଣଙ୍କୁ ନେଇ ମଧ୍ୟ ଉଠିଥିଲା ଅନେକ ବିବାଦ । ମଇଦାନ ଭିତରେ ଅନେକ ଖେଳାଳିଙ୍କ ସହ ତାଙ୍କର ଯୁକ୍ତି ତର୍କ ଏବଂ ବିବାଦ ସାମନାକୁ ଆସିଛି । ଆସନ୍ତୁ ଜାଣିବା ସେମିତି କିଛି ଘଟଣା ଯାହା ସେନ ୱାର୍ଣ୍ଣଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା ।

ବୁକି ସହ ଡିଲ:
ସେନ ୱାର୍ଣ୍ଣଙ୍କ ନାମ ବୁକିମାନଙ୍କ ସହ ଯୋଡି ହୋଇ ସାରିଛି । ଯାହା ପାଇଁ ସେ ବିବାଦଘେରରେ ରହିଥିଲେ । ୧୯୯୪ ମସିହାରେ ଶ୍ରୀଲଙ୍କା ଗସ୍ତରେ ସେ ଏବଂ ସାଥୀ ଖେଳାଳି ମାର୍କ ୱା’ ଜଣେ ଭାରତୀୟ ବୁକିଙ୍କ ସହ ଧରା ପଡିଥିଲେ ।ପିଚ ରିପୋର୍ଟ ଏବଂ ପାଣିପାଗ ସମ୍ପର୍କରେ ପୂର୍ବ ସୂଚନା ଦେଇ ବିବାଦର ଦଲଦଲରେ ଫସି ଯାଇଥିଲେ ।

ନିଷିଦ୍ଧ ପଦାର୍ଥର ବ୍ୟବହାର ପାଇଁ ବ୍ୟାନ:
ବୋଧହୁଏ ଏହା ୱାର୍ଣ୍ଣଙ୍କ କ୍ୟାରିୟରର ସବୁଠାରୁ ବଡ ବିବାଦ । ୨୦୦୩ ବିଶ୍ୱକପ ପୂର୍ବରୁ ଏକ ନିଷିଦ୍ଧ ପଦାର୍ଥର ବ୍ୟବହାରରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ । ସୁସ୍ଥ ରହିବା ପାଇଁ ଏକ ପ୍ରକାର ମେଡିସିନ କାଉଥିବା ସେ ନିଜେ ସ୍ୱୀକାର କରିଥିଲେ । ଯାହା ଖେଳ ଆଇନ ବିରୁଦ୍ଧ । ତାଙ୍କର ଏପରି କାରନାମା ପାଇଁ ତାଙ୍କ ଉପରେ ବ୍ୟାନ ଲାଗିଥିଲା ଏବଂ ଏହା ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ପଳରେ ସେ କମେଣ୍ଟ୍ରି କରିବା ଆରମ୍ଭ କରି ଦେଇଥିଲେ ।

ଷ୍ଟିଭ ୱା’ ବିବାଦ:
୧୯୯୯ ମସିହା ୱେଷ୍ଟଇଣ୍ଡିଜ ଗସ୍ତର ତୃତୀୟ ଟେଷ୍ଟରେ ୱାର୍ଣ୍ଣଙ୍କୁ ଡ୍ରପ କରିବା ପରେ ତତ୍କାଳୀନ ଅଧିନାୟକ ଷ୍ଟିଭ ୱା’ଙ୍କ ସହିତ ଏକ ଭିନ୍ନ ସମ୍ପର୍କ ରହିଛି । ଏମିତି କି କିଛି ଦିନ ତଳେ ସେ ତାଙ୍କୁ କ୍ୟାରିୟରର ସବୁଠୁ ସ୍ୱାର୍ଥପର କ୍ରିକେଟର ବୋଲି କହିଛନ୍ତି ସେନ ୱାର୍ଣ୍ଣ । ଏହାସହିତ ଷ୍ଟିଭ ୱା’ଙ୍କୁ ପସନ୍ଦ ନ କରିବାର ଅନେକ କାରଣ ଥିବା ସେ କହିଛନ୍ତି ।

ଧୂମ୍ରପାନ:
ନିକୋରେଟ, ଏକ ନିକୋଟାଇନ ରିପ୍ଲେସମେଣ୍ଟ ଥେରାପି ପ୍ରଡକ୍ଟ ସହିତ ୱାର୍ଣ୍ଣ ଏକ ଚୁକ୍ତି କରିଥିଲେ । ଯାହା ପାଇଁ ତାଙ୍କୁ ସିଗାରେଟରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ୨୦୦୮ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ସମୟରେ ସେ ଧୂମ୍ରପାନ କରୁଥିବାର ଫଟୋ ସାମନାକୁ ଆସିଥିଲା । କିଛି ବାଳକ ଏହି ଫଯୋ ଉଠାଉଥିବା ବେଳେସେମାନଙ୍କ ସହ ଯୁକ୍ତି କରିଥିଲେ ସେନ ୱାର୍ଣ୍ଣ ।

ରିକି ପଣ୍ଟିଙ୍ଗ:
ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଧିନାୟକ ରିକି ପଣ୍ଟିଙ୍ଗଙ୍କ ସହ ମଧ୍ୟ ବିବାଦ କରିଥିଲେ ୱାର୍ଣ୍ଣ । ନିଜ ଆତ୍ମଜୀବନୀରେ ମାଇକେଲ କ୍ଲାର୍କଙ୍କୁ ସମାଲୋଚନା କରିଥିଲେ ପଣ୍ଟିଙ୍ଗ । କିନ୍ତୁ ସେନ ୱାର୍ଣ୍ଣ ଏହାକୁ ଅନୁମୋଦନ କରି ନଥିଲେ ଏବଂ ଏହାକୁ ନେଇ ପୂର୍ବତନ ଅଧିନାୟକଙ୍କୁ ଇର୍ଷା ପରାୟଣ ବୋଲି କହିଥିଲେ । ଏହା ସହିତ ତିନୋଟି ଆସେସ ସିରିଜରେ ପରାଜୟକୁ ନେଇ ପଣ୍ଟିଙ୍ଗ ଅଷ୍ଟ୍ରେଲିଆ ପାଇଁ ଜଣେ ଭଲ ଅଧିନାୟକ ନୁହେଁ ବୋଲି ମତ ରଖିଥିଲେ ।

Get real time updates directly on you device, subscribe now.