fbpx

ତମ୍ବା କିମ୍ବା ତମ୍ବା ମିଶ୍ରଣ ଧାତୁ ମାରିପାରେ କରୋନା ଭୁତାଣୁ: ରିସର୍ଚ୍ଚ

ସାରା ଦେଶରେ କରୋନା ଭାଇରସ୍ ବ୍ୟାପୁଥିବାରୁ ଲୋକାମାନେ କୌଣସି ବସ୍ତୁକୁ ଛୁଇଁବା ପୂର୍ବରୁ ଭୟ କରୁଛନ୍ତି । କରୋନା ଭୂତାଣୁ ନିର୍ଜୀବ ବସ୍ତୁ ମଧ୍ୟରେ ବି ୯ ଦିନ ପର୍ଯ୍ୟନ୍ତ ବଞ୍ଚିରହିପାରେ ବୋଲି ପ୍ରମାଣିତ ହେବା ପରେ ଲୋକମାନଙ୍କୁ ଡର ଆହୁରି ବଢିଯାଇଛି । ଏଭଳି ପରିସ୍ଥିତିରେ କେଉଁ ଜିନିଷକୁ ଛୁଇଁବେ କି ନାହିଁ ତାହା ଜାଣିବା କଷ୍ଟକର । କିନ୍ତୁ ଦାବି କରାଯାଉଛି ଯେ, ତମ୍ବାର ବସ୍ତୁକୁ ଆପଣ ଛୁଇଁପାରିବେ, କାରଣ ତମ୍ବା ଧାତୁରେ ନିର୍ମିତ ବାସନ ଓ ସାମଗ୍ରୀରେ କରୋନା ଭାଇରସ୍ କରିଯାଇଥାଏ । ତେବେ ଆସନ୍ତୁ ଜାଣିବା ଏହାର ସତ୍ୟ..

ବର୍ତ୍ତମାନ ବୈଜ୍ଞାନିକମାନେ ଅଧିକାଂଶ ବସ୍ତୁକୁ ଏପରି ଧାତୁ ସହ ତିଆରି କରିବାକୁ ଚାହୁଁଛନ୍ତି, ଯାହା ବ୍ୟାକ୍ଟେରିଆ ଭାଇରସର ପ୍ରଭାବ ହ୍ରାସ କରିବାକୁ ସକ୍ଷମ ହେବ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ତମ୍ବା ହେଉଛି ଏକମାତ୍ର ଧାତୁ ଯାହା ସଂସ୍ପର୍ଶରେ ଆସିବାର କିଛି ମିନିଟ ମଧ୍ୟରେ କୌଣସି ବି ଜୀବାଣୁକୁ ମାରିଦିଏ ।
ଭାରତୀୟମାନେ ପ୍ରଥମରୁ ତମ୍ବାର ଗୁଣ ସହିତ ପରିଚିତ । ପ୍ରଥମେ ତମ୍ବାର ବାସନ ଲୋକମାନେ ବ୍ୟବହାର କରୁଥିଲେ । ଆଜି ବି କିଛି ଲୋକ ତମ୍ବାର ବାସନ ବ୍ୟବହାର କରୁଛନ୍ତି । ଆୟୁର୍ବେଦରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ, ତମ୍ବାରେ ଆଣ୍ଟି ବ୍ୟାକ୍ଟେିଆ ଓ ଆଣ୍ଟି ମାଇକ୍ରୋବାୟଲ ଗୁଣ ରହିଛି । ଏହା ଶସ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ସହାୟକ ହୋଇଥାଏ ।

ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ ତମ୍ବା କରୋନା ଜୀବାଣୁ ୨୨୯E କୁ ମାରିପାରେ, ଯାହା ପଶୁମାନଙ୍କ ମଧ୍ୟରେ ମାନବଙ୍କଠାରୁ ଆସିଥାଏ । ଏହି ଜୀବାଣୁ ଅନ୍ୟ ବସ୍ତୁର ପୃଷ୍ଠରେ ଅନେକ ଦିନ ବଞ୍ଚିପାରେ କିନ୍ତୁ ତମ୍ବା ପୃଷ୍ଠରେ ତୁରନ୍ତ ମରିଯାଏ । ତେବେ ତମ୍ବା ପୃଷ୍ଠକୁ ଆସିବା ପରେ କରୋନା ଜୀବାଣୁ କୋଭିଡ ୧୯ ମରିବ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ବୈଜ୍ଞାନିକମାନେ ମଧ୍ୟ ଏହା ଉପରେ ଗବେଷଣା କରୁଛନ୍ତି ।

ଆମେରିକୀୟ ସୋସାଇଟି ଅଫ୍ ମାଇକ୍ରୋବିଓଲୋଜିରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ମେରିଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଗବେଷକ ରୀତା ଆର। କରୱେଲ ବିଭିନ୍ନ ପୃଷ୍ଠରେ କରୋନା ଜୀବାଣୁ (କୋଭିଡ -୧୯ ନୁହେଁ) ଅଧ୍ୟୟନ କରିଛନ୍ତି । ତାଙ୍କ ଅଧ୍ୟୟନରେ ସେ ଜାଣିବାକୁ ପାଇଲେ ଯେ ତମ୍ବା ପୃଷ୍ଠରେ ଆସିବା ମାତ୍ରେ କରୋନା ଜୀବାଣୁ ମରିଯାଆନ୍ତି କିମ୍ବା ନିଷ୍କ୍ରିୟ ହୋଇଯାଆନ୍ତି । କିଛି ଲୋକ ଗାଧୋଇବା ପାଇଁ ତମ୍ବା ବାଥ୍ ଟବ୍ ବ୍ୟବହାର କରନ୍ତି ।

Get real time updates directly on you device, subscribe now.