fbpx

ଗଞ୍ଜାମରେ ବୁଲିଲା କରୋନା ସଚେତନତା ରଥ

Advertisement

ବ୍ରହ୍ମପୁର, ୨୫ା୧୨ (ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ କରୋନା ସଚେତନତା ରଥ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହି କରୋନା ସଚେତନ ରଥ ଆରମ୍ଭ ହୋଇଥିବା ଜଣାପଡ଼ିଛି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଚିହ୍ନଟ ପରେ ଏହି ପଦକ୍ଷେପ ନିଆଯାଇଛି । ତେବେ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

୧୦ଟି ବ୍ଲକରେ ରଥ ବୁଲି ଲୋକଙ୍କୁ ସଚେତନ କରିବ । ବ୍ରିଟେନରୁ ଗଞ୍ଜାମକୁ ୩ ଜଣ ଫେରିଥିବା ଜଣାପଡ଼ିଛି । ନୂଆ ଷ୍ଟ୍ରେନ ଚିହ୍ନଟ ପରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବିନା ଅନୁମତିରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭିନ୍ନ ପିକନିକ ସ୍ପଟ ମାନଙ୍କରେ ଜନସମାଗମ ନ କରିବାକୁ ଅନୁରୋଧ କରାଯାଇଛି । ଏହି ରଥ ଗାଁ ଗାଁ ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ । ବେଳାଭୂମିରେ ଭିଡ଼ ନ କରିବାକୁ କୁହାଯାଇଛି । ବର୍ତ୍ତମାନ ଜିଲ୍ଲାରେ ୨୧ ଜଣ କରୋନା ସଂକ୍ରମଣ ରୋଗୀ ଚିକିତ୍ସାଧୀନ ରହିଛନ୍ତି । ମନ୍ଦିର ଓ ଧାର୍ମିକ ଅନୁଷ୍ଠାନ ଖୋଲିବା ନେଇ ସୋମବାର ବୈଠକ କରାଯିବ ବୋଲି ଜିଲ୍ଲାପାଳ କୁଲାଙ୍ଗେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.