fbpx

ବ୍ରହ୍ମପୁର ନିକଟସ୍ଥ ଗ୍ରାମ ଘୋଷିତ ହେଲା କରୋନା ହଟସ୍ପଟ

ବ୍ରହ୍ମପୁର, ୫ା୪(ଓଡ଼ିଶା ଭାସ୍କର): ବ୍ରହ୍ମପୁର ନିକଟସ୍ଥ କୁକୁଡ଼ାଖଣ୍ଡି ବ୍ଲକ ବାଘଲଟି ପଞ୍ଚାୟତର ମାଟିଆସାହି ଗ୍ରାମ କରୋନା ହଟସ୍ପଟ ଘୋଷଣା ହୋଇଛି । ସେହି ଗ୍ରାମକୁ ସିଲ୍ କରିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହି ଗ୍ରାମକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗୁ ହୋଇଛି । ଗୋଳନ୍ଥରା ଆଇଆଇସିଙ୍କୁ ଅସ୍ଥାୟୀ ଚେକପୋଷ୍ଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୁକୁଡ଼ାଖଣ୍ଡି ଅତିରିକ୍ତ ତହସିଲଦାରଙ୍କୁ ଏଗଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରର ସଂକ୍ରମିତ ଅଞ୍ଚଳରୁ ଗ୍ରାମକୁ ୧୩୦ଶ୍ରମିକ ଆସିଥିଲେ । ଗାଁ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ପ୍ରଶାସନ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.