fbpx

କରୋନାରେ ମଲେ ୧୭ଜଣ ,ପୁଲିସ ମାଡରେ ୧୮ଜଣ

ଭୁବନେଶ୍ୱର , ୧୮ । ୪(ଓଡିଶା ଭାସ୍କର ): କରୋନା ପାଇଁ ସାରା ବିଶ୍ୱରେ ହଇଚଇ ।୧୦୦ ଅଧିକ ଦେଶରେ ତାଣ୍ଡବ କରୁଛି ମହାମାରୀ । ସ୍ଥିତିର ମୁକାବିଲା ପାଇଁ ଅଧିକାଂଶ ଦେଶରେ ଲକ୍ ଡାଉନ କରାଯାଇଛି । ଅନେକ ସ୍ଥାନରେ ପୋଲିସ ଓ ଲକ୍ ଡାଉନ ମାନୁନଥିବା ଲୋକେ ମୁହାଁମୁହିଁ ହୋଇଛନ୍ତି । କିଛି ଜାଗାରେ ପୋଲିସ ଉଲଂଘନକାରୀଙ୍କ ବିରୋଧରେ ମାମଲା ଦାୟର କରୁଛି ତ କିଛି ସ୍ଥାନରେ ଫଇସଲା ହେଉଛି ଅନ ସ୍ପଟ । ଉଲଂଘନକାରୀ ପୋଲିସଠରୁ ଭରା ମାଡ ଖାଉଛନ୍ତି । କିନ୍ତୁ ନାଇଜେରିଆରୁ ଆସଥିବା ଖବର ଏବେ ଚହଳ ସୃଷ୍ଟି କରିଛି । ନାଇଜେରିଆରେ କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୭ରେ ପଂହଚିଛି । କିନ୍ତୁ ଲକ ଡାଉନ ବିରୋଧ କରୁଥିବା ଲୋକ ଓ ସୁରକ୍ଷାବଳଙ୍କ ସଂଘର୍ଷରେ ୧୮ ଜଣ ପ୍ରାଣ ହରାଇଛନ୍ତି । ମାନବାଧିକାର କମିଶନର ତଦନ୍ତରୁ ଏହା ସମନା କୁ ଆସିଛି ।

Get real time updates directly on you device, subscribe now.