fbpx

କରେନା ସଂଦିଗ୍ଧଙ୍କ ସେକ୍ସ ନିଶା ,ସରକାର ଲଗାଇଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର, ୧୬ । ୪ (ଓଡ଼ିଶା ଭାସ୍କର): ଗତ କିଛି ଦଶନ୍ଧି ମଧ୍ୟରେ ଦୁନିଆରେ କରୋନା ମହାମାରୀ ସବୁଠାରୁ ବଡ ବିପଦପାଲଟିଛି। କରୋନା ବିସ୍ତାରକୁ ଏଡାଇବା ପାଇଁ ଅନେକ ଦେଶ ସମ୍ପୂର୍ଣ୍ଣ ତାଲା ପକାଇ ଦେଇଛନ୍ତି ଏବଂ ସାମାଜିକ ଦୂରତା ଉପରେ କଡା ନିୟମ ପ୍ରଣୟନ କରିଛନ୍ତି। ତେବେ ଉଗାଣ୍ଡାରେ ଏକ ଚିନ୍ତାଜନକ କଥା ସମ୍ମ୍ୁଖକୁ ଆସିଛି । ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି ଯେ ସରକାରୀ କ୍ୱାରେଣ୍ଟିନରେ ରହୁଥିବା ସମସ୍ତ ଲୋକ ପରସ୍ପର ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବା ଆରମ୍ଭ କରିଛନ୍ତି। ଉଗାଣ୍ଡାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ଡିଆନା ଆଟୱିନ୍ ରେଡିଓ ୱାନକୁ କହିଛନ୍ତି ଯେ ଏହା କରୋନା ମହାମାରୀକୁ ରୋକିବା ପାଇଁ ପ୍ରୟାସକୁ ବିଫଳ କରିବ । ଲୋକେ ସେକ୍ସ କରିବାକୁ ଗୋଟିଏ ରୁମ୍ ରୁ ଅନ୍ୟ ରୁମ କୁ ଯାଉଛନ୍ତି । ଯାହା ଫଳରେ ସଂକ୍ରମଣ ବ୍ୟାପିବ । ତେଣୁ ଏଥିରେ ବ୍ରେକ ଦେବାକୁ କ୍ୱାରେଣ୍ଟିନ ସେଣ୍ଟରେ ୧୪ ଘଣ୍ଟିଆ ପହରା ଦେବା ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.