fbpx

ଆଉ ଦୁଇ ନୂଆ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ଆଜି ଆଉ ଦୁଇଟି ନୂଆ ଜିଲ୍ଲାକୁ ବ୍ୟାପିଛି କରୋନା । ନୂଆ ଜିଲ୍ଲା ନବରଙ୍ଗପୁର ଓ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଆଜି ରାଜ୍ୟରେ ୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଦୁଇ ନୂଆ ଜିଲ୍ଲା ନବରଙ୍ଗପୁରରୁ ଜଣେ ଓ ଗଜପତି ଜିଲ୍ଳାରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୨୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୩୬ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟ ଘଟିଛି । ଏବେ ରାଜ୍ୟରେ ୮୨୬ ଆକ୍ଟିଭ କେସ୍ ରହିଛି ।

 

Get real time updates directly on you device, subscribe now.