fbpx

ବଜ୍ରକାପ୍ତାର ହେବ କୋଭିଡ ଟେଷ୍ଟ

ଆଠଗଡ,୨୬ା୫(ଓଡ଼ିଶା ଭାସ୍କର) : କରୋନାକୁ ନେଇ ସବୁଆଡେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କଟକ ଅନ୍ତର୍ଗତ ଆଠଗଡ଼ରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର କୋଭିଡ ଟେଷ୍ଟ ହେବ। ଉଦ୍ଧାର ବଜ୍ରକାପ୍ତାର ସ୍ୱାବ ପରୀକ୍ଷା କରାଯିବ । ଆଠଗଡ଼ର ଏକ କ୍ବାରେଣ୍ଟାଇନ ସେଣ୍ଟରରୁ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା। ଜଙ୍ଗଲରେ ଛାଡିବା ପୂର୍ବରୁ ବଜ୍ରକାପ୍ତାର ହେବ ପରୀକ୍ଷା । କୋଭିଡ୍ ପରୀକ୍ଷା କରିବାକୁ ବନ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରିପୋର୍ଟ ନେଗେଟିଭ ଆସିବା ପରେ ବଜ୍ରକାପ୍ତାକୁ ଜଙ୍ଗଲକୁ ଛଡ଼ାଯିବ ବୋଲି ଆଠଗଡ ଡିଏଫଓ ସସ୍ମିତା ଲେଙ୍କା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.