fbpx

ରାଜ୍ୟରେ ଆଉ ଜଣେ ବିଧାୟକଙ୍କୁ କରୋନା

ପଟାଙ୍ଗୀ,୨୫ ।୮(ଓଡିଶା ଭାସ୍କର): କରୋନା ମହାମାରୀର ପ୍ରଭାବ ବଢି ବଢି ଚାଲିଛି । ଏହାରି ମଧ୍ୟରେ ରାଜ୍ୟର ଆଉ ଜଣେ ବିଧାୟକ ଏହାର କବଜାକୁ ଆସିଛନ୍ତି । କୋରାପୁଟ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢୀ କରୋନାରେ ସଂକ୍ରମିତ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ନେଇ ବିଧାୟକ ଫେସବୁକ୍ ଜରିଆରେ ସୂଚନା ଦେଇଛନ୍ତି । ଆଣ୍ଟିଜେନ୍ ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି । କରୋନା ଚିହ୍ନଟ ପରେ ବିଧାୟକ ଏବେସେମିଳିଗୁଡା ବାସଭବନରେ ହୋମ ଆଇସୋଲେସନରେ ରହିଛନ୍ତି ।

Get real time updates directly on you device, subscribe now.