fbpx

ନେତାଙ୍କ ପରେ ଏବେ ଉପମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁର,୧୯ ।୯: କର୍ଣ୍ଣାଟକରେ ଗୋଟି ପରେ ଗୋଟିଏ ନେତା କରୋନା ଭାଇରସର କବଜାକୁ ଆସିବାରେ ଲାଗିଛନ୍ତି । ଶାସକ ଓ ବିରୋଧୀ ଦଳର ଅନେକ ନେତା ପଜିଟିଭ୍ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସିଏନ ଅଶ୍ୱଥନାରାୟଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେ ଏନେଇ ନିଜେ ଟ୍ୱିଟ୍ କରି ସୂଚନା ଦେବା ସହ ଲେଖିଛନ୍ତି ଯେ, ‘ଆଗାମୀ ବିଧାନସଭା ଅଧିବେଶନକୁ ଦୃଷ୍ଟି ରଖି ଶନିବାର ଦିନ ମୁଁ କୋଭିଡ ଟେଷ୍ଟ କରାଇଲି, ଯାହାର ରେଜଲ୍ଟ କରୋନା ପଜିଟିଭ୍ ଆସିଲା । ମୋତେ ସଂକ୍ରମଣର ଲକ୍ଷଣ ନଥିବା ବେଳେ ଏବେ ହୋମ ଆଇସୋଲେସନରେ ରହିଛି ।’

Get real time updates directly on you device, subscribe now.