fbpx

୨୪ଘଣ୍ଟାରେ ଦେଶରେ ୨୫୫୩ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୪ା୫: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ସ୍ୱାସ୍ଥ୍ୟମନ୍ତ୍ରାଳୟର ପରାମର୍ଶ ନେଇ ସବୁ ରାଜ୍ୟକୁ ଆଡ଼ଭାଇଜରି ଜାରି କରାଯାଇଛି ।  କାର୍ଯ୍ୟାଳୟରେ ସତର୍କତାର ସହ କାମ କରିବା ନେଇ ମଧ୍ୟ ଆଡ଼ଭାଇଜରି ଜାରି କରାଯାଇଛି ।
ଏହାସହ ତାଲାବନ୍ଦ ତୃତୀୟ ପର୍ଯ୍ୟାୟରେ ଜିଲ୍ଲାଗୁଡ଼ିକ ୩ଜୋନରେ ବିଭକ୍ତ ହୋଇଛି । ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ତାଲାବନ୍ଦରେ କିଛି କଟକଣାକୁ କୋହଳ କରାଯାଇଛି । ତାଲାବନ୍ଦରେ ଦେଶବ୍ୟାପୀ କିଛି ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି । ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ଲୋକଙ୍କ ଯିବା ଆସିବା ବନ୍ଦ କରାଯାଇଛି । ସ୍କୁଲ, କଲେଜ, ମଲ, ଜିମ୍, ବନ୍ଦ ରହିବ । ରେଡ଼ଜୋନରେ ରିକ୍ସା, ଅଟୋ ରିକ୍ସା ଚଳାଚଳ ମଧ୍ୟ ବନ୍ଦ ହେବ । ଗ୍ରାମାଞ୍ଚଳରେ ମଲ ବ୍ୟତୀତ ସବୁ ଦୋକାନ ଖୋଲିବ ।
ସେହିପରି ୨୪ଘଣ୍ଟାରେ ଦେଶରେ ୨୫୫୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରୁ ରିକଭରି ରେଟ୍ ୨୭%ରୁ ଅଧିକ ହୋଇଛି । ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ସହ ମୁହଁକୁ ଘୋଡ଼ାଇବା ନେଇ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତା ଉପରେ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.