fbpx

୨୪ଘଣ୍ଟାରେ ଦେଶରେ ୬୯୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୫ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି ।  ୧୦୯ ମୃତକଙ୍କ ମଧ୍ୟରୁ ୭୩% ପୁରୁଷ ଥିବା ବେଳେ ୨୭% ମହିଳା ଅଛନ୍ତି ।  ମୃତକଙ୍କ ମଧ୍ୟରୁ ୬୩% ଲୋକ ୬୦ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି ।  ୪୦ରୁ ୬୦ବର୍ଷ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ୩୦% ରହିଛି ।  ୪୦ବର୍ଷରୁ କମ୍ ବୟସ୍କ ରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ୭% ରହିଛି ।  ଡାଇବେଟିସ୍, କିଡ଼ନୀ ଓ ହୃଦରୋଗୀଙ୍କ କ୍ଷେତ୍ରରେ ମୃତ୍ୟୁହାର ୮୬% ରହିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.