fbpx

ଦେଶରେ ୭ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

Advertisement

ନୂଆଦିଲ୍ଲୀ,୮/୬(ଓଡିଶା ଭାସ୍କର): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ କୁ ବୃଦ୍ଧି ପାଇଥିବା  ବେଳେ ମୃତ୍ୟୁ ସଂଖ୍ୟା ୭,୧୩୫ ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତ ସଂଖ୍ୟା ୧,୨୫,୩୮୧ ଥିବା ବେଳେ ସୁସ୍ଥ ହେଲେଣି ୧,୨୪,୦୯୪ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩ହଜାର ୬୦ ଜଣ , ଗୁଜୁରାଟରେ ୧୨୪୯, ଦିଲ୍ଲୀରେ ୭୬୧, ମଧ୍ୟପ୍ରଦେଶରେ ୪୧୨, ପଶ୍ଚିମବଙ୍ଗରେ ୩୯୬, ଉତ୍ତର ପ୍ରଦେଶରେ ୨୭୫, ତାମିଲନାଡୁରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.