fbpx

ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ କୁ ବୃଦ୍ଧି 

AAKASH

ନୂଆଦିଲ୍ଲୀ,୨୨ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ  । ଏହାରି ମଧ୍ୟରେ ଦେଶରେ କମ୍ ହେଉଛି କରୋନା ସଂକ୍ରମଣ  । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୬ ହଜାର ୬୧୬ କୁ ବୃଦ୍ଧି ପାଇଛି  । ଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୮୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୨  ଜଣଙ୍କ ମୃତ୍ୟୁ ହୋଇଛି  । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ଲକ୍ଷ ୬ ହଜାର ୯୪୬କୁ ବୃଦ୍ଧି ପାଇଛି  ।

ଅନ୍ୟପଟେ ଦେଶରେ ୭ ଲକ୍ଷ ୧୫ ହଜାର ୮୧୨  ଜଣ ଚିକିତ୍ସିତ ହେଉଥିବା ବେଳେ ୬୮ ଲକ୍ଷ ୭୪ ହଜାର ୫୧୮ ଜଣ ସୁସ୍ଥ ହୋଇସାରିଛନ୍ତି  । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।

Get real time updates directly on you device, subscribe now.