fbpx

୨୪ ଘଣ୍ଟାରେ ୯୦,୮୦୨ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ,୭ ।୯:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୭୧ ହଜାର ୬୪୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୦୧୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦,୮୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ଲକ୍ଷ ୪ ହଜାର ୬୧୪କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୮ ଲକ୍ଷ ୮୨ ହଜାର ୫୪୨ ଜଣ ଚିକିତ୍ସିତ ହେଉଥିବା ବେଳେ ୩୨ ଲକ୍ଷ ୫୦ ହଜାର ୪୨୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.