fbpx

କରୋନା ଭାଇରସ୍, ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ନୂଆଦଲ୍ଲୀ, ୧୬ା୩: କରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏନେଇ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଛନ୍ତି କେନ୍ଦ୍ର ସରକାର । ଏହାସହ ଜିମ୍, ସିନେମା ହଲ୍, ସଂଗ୍ରହାଳୟ ଓ ସୁଇମିଂ ପୁଲ ବନ୍ଦ କରାଯାଇଛି । ଏହିସବୁ ମାର୍ଚ୍ଚ ୩୧ଯାଏଁ ବନ୍ଦ କରାଯାଇଛି । ଏଣିକି ଅନଲାଇନରେ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ । ୟୁଏଇ, ଓମାନ ଓ କୁୱେତରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଲାଗୁ ହୋଇଛି । ୧୪ଦିନ ଯାଏ ନିରୀକ୍ଷଣରେ ଯାତ୍ରୀ ରହିବେ । ଇୟୁ, ତୁର୍କୀ ଓ ୟୁକେରୁ ବିମାନରେ ଯାତ୍ରୀ ଆସିପାରିବେ ନାହିଁ । ମାର୍ଚ୍ଚ ୧୮ରୁ ଏହି ନିୟମ ଲାଗୁ ହେବ ।
ଉଲ୍ଲେଖଯୋଗ୍ୟ ଯେ କରେନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ୧୧୫ ଜଣ କରୋନାରେ ଆକ୍ରାନ୍ତ ଥିବା ବେଳେ ଓଡ଼ିଶାରେ ଜଣେ କରୋନାରେ ଆକ୍ରାନ୍ତ ଥିବା ସୂଚନା ରହିଛି ।

Get real time updates directly on you device, subscribe now.