fbpx

କରୋନା ଭାଇରସ୍, ଆରମ୍ଭ ହୋଇନି ସମୂହ ସଂକ୍ରମଣ

ନୂଆଦିଲ୍ଲୀ, ୧୯ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ମଧ୍ୟରେ ଇଣ୍ଡିଆନ କାଉନସିଲ ଫର୍ ମେଡ଼ିକାଲ ରିସର୍ଚ୍ଚର ପକ୍ଷରୁ ଆଜି ବଡ଼ ସୂଚନା ମିଳିଛି । କରୋନା ଭୂତାଣୁର ସମୂହ ସଂକ୍ରମଣ ଆରମ୍ଭ ହୋଇନି ବୋଲି ସେହି ରିସର୍ଚ୍ଚରୁ ଜଣାପଡ଼ିଛି । କରୋନାର ସମୂହ ସଂକ୍ରମଣ ଆରମ୍ଭ ହୋଇଛି କି ନା ଜାଣିବାକୁ ଏହି ପରୀକ୍ଷା ହୋଇଥିଲା । ଏହି ପରୀକ୍ଷାରେ ୮୨୦ ନମୁନା ପରୀକ୍ଷା ପାରେ ନେଗଟିଭ୍ ଆସିଥିଲା । ଜଟିଳ ଶ୍ୱାସକ୍ରିୟା ସଂକ୍ରମଣରେ ପୀଡ଼ିତ ରୋଗୀଙ୍କ ଏହି ପରୀକ୍ଷା କରାଯାଇଥିଲା । ବିଭିନ୍ନ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ରୋଗୀଙ୍କ ନମୁନା ସଂଗ୍ରହ ହୋଇଥିଲା । ଏବେ ବି ଭାରତରେ ଷ୍ଟେଜ୍-୨ରେ କରୋନା ଭୂତାଣୁ ସଂକ୍ରମଣ ଅଛି ବୋଲି ଜଣାପଡ଼ିଛି ।
କରୋନାରେ ଭାରତରେ ୧୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ମଧ୍ୟ ଜଣେ କରୋନାରେ ଆକ୍ରାନ୍ତ ଅଛନ୍ତି ।

Get real time updates directly on you device, subscribe now.